ନଭେମ୍ୱର ୧ରୁ ମୟୂରଭଞ୍ଜ ମହୋତ୍ସବ, ଏଥର ଆକର୍ଷଣ ମା’ କୀଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କଳା ଏବଂ ସଂସ୍କୃତିର ବିକାଶ ନିମନ୍ତେ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ଏହି ମହୋତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଥିବାବେଳେ ଆସନ୍ତା ନଭେମ୍ୱର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ୱର ୧୧ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ଚାଲିବ; ଯାହାକୁ ନେଇ ସୋମବାର ବାରିପଦା ସ୍ଥିତ ଛଉ ପଡ଼ିଆରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ଯୋଗେ ସୂଚନା ଦିଆଯାଇଛି। ମହୋତ୍ସବର ସଭାପତି ତଥା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କଳିଙ୍ଗ କେଶରୀ ଜେନା, ସଞ୍ଜୀବ ଦ୍ୱିବେଦୀ, ରାକେଶ ସିଂ, ବିପ୍ଳବ ଭଞ୍ଜନ ବୁଗୁଡେଇ, ସତ୍ୟଜିତ ସୋମ, ତାପସ ପାଢ଼ୀ, ଲଡ଼ୁ କେଶର ରଣା, ସବିତା ହାଁସଦା, ନିମାଇଁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ କଳାକାରଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଛଉ ପଡ଼ିଆ ପର୍ଯ୍ୟନ୍ତ କାର୍ଣ୍ଣିଭାଲ ଶୋ ଆୟୋଜିତ ହେବ।

ନଭେମ୍ୱର ୨ରୁ ଆସନ୍ତା ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡ଼ିଆରେ ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍‌‌, ସ୍ୱରାଜ ବାରିକ, ସନ୍‌‌ରା, ଅନିମେଶ ଘୋଷ, ଗାୟକ ଅସୀମା ପଣ୍ଡା, ଇରା ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ମନୋରଞ୍ଜନର ଖୋରାଖ ଯୋଗାଇବେ। ଏଥିସହିତ ସାଧନା ସରଗମ, ଇଣ୍ଡିଆନ ଆଇଡଲ ଫେମ ଅଙ୍କିତା ପାତ୍ରା ପ୍ରମୁଖ ମଧ୍ୟ ମନୋରଞ୍ଜନ କରିବେ। ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ରାମ ମାର୍ଣ୍ଡି, ପ୍ରିୟା ମୁଣ୍ଡା ଏବଂ ବବି ସିଂ ପ୍ରମୁଖ ଯୋଗ ଦେଇ ନିଜ କଳା ମାଧ୍ୟମରେ ଜିଲ୍ଲାବସୀଙ୍କୁ ବିମୋହିତ କରିବେ। ନଭେମ୍ୱର ୨ ପ୍ରଥମ ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ସୁମଧୁର ସଙ୍ଗୀତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ସେହିଭଳି ଦ୍ୱିତୀୟ ସନ୍ଧ୍ୟା ନଭେମ୍ୱର ୩ରେ ଜି ସାରେଗାମା ଫେମ ଓମ୍‌‌ ଅଗ୍ରହରି, ସ୍ମୃତି ଜୟଶ୍ୱାଲ ଏବଂ ସେକ୍ସଫୋନ କଳାକାର ଲିପିକା ସାମନ୍ତ, ତୃତୀୟ ସନ୍ଧ୍ୟା ୪ରେ ସାନ୍ତାଳୀ ଗାୟକ ମଙ୍ଗଲ ହାଁସଦା ସାଙ୍ଗକୁ ସୁପରଷ୍ଟାର ସ୍ୱରାଜ ବାରିକ ମଞ୍ଚରେ ଦର୍ଶକଙ୍କୁ ମତୁଆଲା କରିବେ।

Umasankar Adv
gpkandhamal

ଚତୁର୍ଥ ସନ୍ଧ୍ୟା ନଭେମ୍ୱର ୫ରେ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ପପୁ ପମପମଙ୍କ ସହିତ ପ୍ରମୁଖ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ସତ୍ୟଜିତ୍‌‌ ପ୍ରଧାନ ସଙ୍ଗୀତ ପରିବେଷଣ କରିବେ। ପଞ୍ଚମ ସନ୍ଧ୍ୟା ନଭେମ୍ୱର ୬ରେ ସାନ୍ତାଳୀ ନାଇଟରେ ରାମ ମାର୍ଣ୍ଡି ସାଙ୍ଗକୁ ପ୍ରିୟା ମୁଣ୍ଡା ଏବଂ ବବି ସିଂ ଦର୍ଶକଙ୍କ ମନୋ ମହିବେ। ଷଷ୍ଠ ସନ୍ଧ୍ୟା ନଭେମ୍ୱର ୭ରେ ଝୁମର ନାଇଟରେ କଳାର ପ୍ରଦର୍ଶନ ଗୌତମ ମହାନ୍ତ ଏବଂ ଉର୍ମିଳା ମହାନ୍ତ କରିବେ। ସପ୍ତମ ସନ୍ଧ୍ୟା ନଭେମ୍ୱର ୮ରେ ଇଣ୍ଡିଆନ ଆଇଡଲ ଫେମ ଅନ୍ୱେଷା ପାତ୍ର ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ଅଷ୍ଟମ ସନ୍ଧ୍ୟା ନଭେମ୍ୱର ୯ ତାରିଖରେ ସାନ୍ତାଳୀ ଗାୟୀକା କଳ୍ପନା ହାଁସଦା ଦର୍ଶକଙ୍କୁ ମତୁଆଲା କରିବେ। ନବମ ସନ୍ଧ୍ୟା ନଭେମ୍ୱର ୧୦ରେ ଇଣ୍ଡିଆନ ଆଇଡଲ ଫେମ ଅନନ୍ୟା ଶ୍ରୀତମ ପଣ୍ଡାଙ୍କ ସୁମଧୁର ସଙ୍ଗୀତ ପରିବେଷଣ ହେବାକୁ ଥିବା ବେଳେ ଦଶମ ତଥା ଶେଷ ସନ୍ଧ୍ୟା ନଭେମ୍ୱର ୧୧ ତାରିଖରେ ପ୍ରଖ୍ୟାତ ବଲିଉଡ ଗାୟିକା ସାଧନା ସରଗମ ନାଇଟ ଅନୁଷ୍ଠିତ ହେବ। ଏଥିସହିତ ମୟୂରଭଞ୍ଜ ଜିଲ୍ଲାର କଳାକାରମାନେ ମଧ୍ୟ ନିଜ ନିଜର କଳାର ପ୍ରଦର୍ଶନ କରିବେ।

ନଭେମ୍ୱର ୩ ତାରିଖରେ ବାରିପଦା ଉପଖଣ୍ଡ କଳାକାରମାନେ କଳା ପ୍ରଦର୍ଶନ କରିବାକୁ ଥିବା ବେଳେ ୫ ତାରିଖରେ କପ୍ତିପଦା ଉପଖଣ୍ଡ କଳାକାର ପ୍ରଦର୍ଶନ କରିବେ। ସେହିଭଳି ୮ ତାରିଖ ପଞ୍ଚପୀଢ ଅଞ୍ଚଳର କଳାକାରମାନେ ପ୍ରଦର୍ଶନ କରିବାକୁ ଥିବା ବେଳେ ୧୦ ତାରିଖରେ ବାମନଘାଟି ଉପଖଣ୍ଡ କଳାକାରମାନେ ନିଜ ନିଜର କଳାର ପ୍ରଦର୍ଶନ କରିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲାର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପରିକ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ। ମହୋତ୍ସବରେ ୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିବ। ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି। ଯୁବପିଢିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ସି ଜୋନର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.