ୟୁଜି ଓ ପିଜି ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି, ୧୭ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର : ସ୍ନାତକ ଓ ସ୍ନାତକୋତ୍ତରରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସ୍ନାତକ(+୩) ପାଇଁ ଆସନ୍ତା ୪ତାରିଖରୁ ଓ ସ୍ନାତକୋତ୍ତର(ପିଜି) ପାଇଁ ୭ତାରିଖରୁ ସାମସ୍‌‌ ୱେବସାଇଟ୍‌‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଉଭୟ ବିଭାଗ ପାଇଁ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୧୭ ତାରିଖରେ ପ୍ରଥମ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ।

gpkandhamal

ସୂଚନା ଅନୁଯାୟୀ, +୩ ନାମଲେଖା ପାଇଁ ୧୮ ରୁ ୨୦ତାରିଖ ପର୍ଯ୍ୟନ୍ତ ନାମଲେଖା ଫି’ ଦାଖଲ କରିବା ସହ ତଥ୍ୟ ଅପଲୋଡ୍‌‌ କରିବେ। ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀ ୨୧ ଓ ୨୨ ତାରିଖରେ ସମସ୍ତ କାଗଜପତ୍ର ସହିତ ସେହି କଲେଜରେ ରିପୋଟିଂ କରିବେ। ୱେଟିଂ ମେଧା ତାଲିକା ୨୫ ତାରିଖରେ ପ୍ରକାଶ ପାଇବ। ୨୮ ଓ ୨୯ ତାରିଖରେ ସେମାନେ ନାମଲେଖାଇ ପାରିବେ।

Umasankar Adv

ସେହିପରି ପିଜି ପାଠ୍ୟକ୍ରମ ପାଇଁ ୨୦ ଓ ୨୧ ତାରିଖରେ ନାମଲେଖା ଫି’ ଦାଖଲ କରିବା ସହ ତଥ୍ୟ ଅପଲୋଡ୍‌‌ କରିବେ। ୨୨ ଓ ୨୩ ତାରିଖରେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀ ସେହି କଲେଜରେ ରିପୋଟିଂ କରିବେ। ୨୮ ତାରିଖରେ ୱେଟିଂ ମେଧା ତାଲିକା ପ୍ରକାଶ ପାଇବ। ୨୯ ତାରିଖରେ ସେମାନେ ନାମଲେଖାଇ ପାରିବେ। ଉଭୟ ପାଠ୍ୟକ୍ରମର ନାମଲେଖା ତଥ୍ୟ ୩୦ ତାରିଖରେ ୱେବସାଇଟ୍‌‌ରେ ଅପଡେଟ୍‌‌ କରାଯିବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ଚଳିତ ଶିକ୍ଷାବର୍ଷରେ ୟୁଜି ଓ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ୍‌‌ ଖାଲି ରହିଛି।

Leave A Reply

Your email address will not be published.