ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ, ୫୦% ସିଟ୍‌‌ ଛାତ୍ରୀଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌‌ଲାଇନ୍‌‌ ପଞ୍ଜୀକରଣ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in‌ରେ ନାମ ପଞ୍ଜୀକରଣ କରିପାରିବେ।

gpkandhamal

ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୨୦ ତାରିଖକୁ ଧାର୍ଯ୍ୟ ହୋଇଛି। ଏ ସଂପର୍କରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପଲବ୍ଧ ଥିବା ସମସ୍ତ ସିଟ୍‌‌ ମଧ୍ୟରୁ ୫୦ପ୍ରତିଶତ ସିଟ୍‌‌ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ସୂଚନା ଅନୁଯାୟୀ, ରାଜ୍ୟରେ ୧୧୭ଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଉଛି।

Umasankar Adv
Leave A Reply

Your email address will not be published.