‘ଏଲ୍‌-ନିନୋ’ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ : ଏ ବର୍ଷ ଶୀତ କମ୍‌‌, ଶୀତ ଦିନରେ ରାଜ୍ୟରେ ହୋଇପାରେ ବିକ୍ଷିପ୍ତ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଚଳିତ ବର୍ଷ ଅନୁଭୂତ ହେବ କମ୍‌‌ ଶୀତ। ନଭେମ୍ବରଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏହାଦ୍ୱାରା ଯେଉଁ ପରିମାଣରେ ଥଣ୍ଡା ହେବା କଥା ତାହା ଅନୁଭୂତ ହେବ ନାହିଁ। ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ରାଜ୍ୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବିଲକ୍ଷଣ ଦେଖାଯିବ। ନଭେମ୍ବର ମାସ ଆରମ୍ଭ ହୋଇ ସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଆରମ୍ଭ ହୋଇ ନାହିଁ ଓ ଏହି ପରିସ୍ଥିତି ଆହୁରି କିଛିଦିନ ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

gpkandhamal

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଜଳ ପତ୍ତନର ତାପମାତ୍ରା ସ୍ୱାଭାବିକଠାରୁ ୧.୫ ଡିଗ୍ରୀ ଅଧିକ ରହିଛି। ଏହା ସହିତ ଏଲ୍‌‌-ନିନୋ ଶକ୍ତିଶାଳୀ ରହିବା ସହ ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ରହିଛି। ଭାରତ ମହାସାଗର ଡାଇପୋଲ୍‌‌ (ଆଇଓଡି) ସକାରାତ୍ମକ ରହିଥିବା ବେଳେ ଆସନ୍ତା ଦୁଇ ମାସ ପରେ ଏହା ଦୁର୍ବଳ ହୋଇପାରେ। ଏହାଦ୍ୱାରା ଚଳିତ ବର୍ଷ ଶୀତ ଋତୁରେ ଅର୍ଥାତ ନଭେମ୍ବରଠାରୁ ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଏହାଦ୍ୱାରା ରାଜ୍ୟରେ ଶୀତ କମ୍‌‌ ରହିବ। ଡିସେମ୍ବର ଓ ଜାନୁଆରୀରେ ସବୁଠାରୁ ଅଧିକ ବିଲକ୍ଷଣ ଦେଖାଯିବ। ରାଜ୍ୟରେ ଶୀତ ଋତୁରେ ବର୍ଷା ବହୁତ କମ୍‌‌ ହୋଇଥାଏ।

Umasankar Adv
Leave A Reply

Your email address will not be published.