ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ମୃତ ସରକାରୀ କର୍ମଚାରୀଙ୍କ ଜୀବନସାଥୀ ଜୀବିତ ଥିଲେ ସୁଦ୍ଧା ପିଲାଙ୍କୁ ମିଳିପାରିବ ଅନୁକମ୍ପା ନିଯୁକ୍ତି

କଟକ : ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ଜୀବନସାଥୀ (ସ୍ୱାମୀ ଅଥବା ପତ୍ନୀ) ଜୀବିତ ଥିଲେ ମଧ୍ୟ ଝିଅ/ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଜନୈକ ମୃତ କର୍ମଚାରୀଙ୍କ ପତ୍ନୀ ଜୀବିତ ଥିବା କାରଣ ଦର୍ଶାଇ ପୁଅର ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ ରାଜ୍ୟ ସରକାରଙ୍କ ଖାରଜ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିବା ସହ ଏହି ରାୟ ପ୍ରଦାନ କରିଛନ୍ତି। ସମସ୍ତ ମାମଲାର ଏକତ୍ର ଶୁଣାଣି କରି ଆବେଦନକାରୀଙ୍କୁ ଦୁଇ ମାସ ଭିତରେ ଓସିଏସ୍‌‌ ରୁଲ୍ସ, ୧୯୯୦ ଅନୁସାରେ ନିଯୁକ୍ତି ପ୍ରଦାନ କରିବାକୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

gpkandhamal

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨ରେ ଆବେଦନକାରୀଙ୍କ ବାପା ତଥା ପୁଲିସ ଏଏସ୍‌‌ଆଇଙ୍କ ମୃତ୍ୟୁ ହୋଇଥିଲା। ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିଥିଲେ। ଡ୍ୟୁଟି ସମ୍ପାଦନ କରିବା ପାଇଁ ଆବେଦନକାରୀଙ୍କ ମାଆ ସମର୍ଥ ନୁହେଁ (ଅନ୍‌‌ଫିଟ୍‌‌) ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ପକ୍ଷରୁ ଅନୁଷ୍ଠିତ ଯୋଗ୍ୟତା ପରୀକ୍ଷାରେ ଆବେଦନକାରୀ କୃତକାର୍ଯ୍ୟ ହୋଇଥିଲେ। ନିଯୁକ୍ତି ପାଇଁ ତାଙ୍କୁ ଚୟନ କରାଯାଇଥିଲା। ଏହାପରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର କମିଟି ନିକଟରେ ଏହି ପ୍ରସଂଗ ଉପସ୍ଥାପନ କରାଯାଇଥିଲା। ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ଜୀବିତ ଥିବାରୁ ଆବେଦନକାରୀଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ କମିଟି ୨୦୧୬ ଅକ୍ଟୋବର ୧୦ରେ ଖାରଜ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

Umasankar Adv
Leave A Reply

Your email address will not be published.