ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଆଜି ଲୋକସଭା ଏଥିକ୍ସ କମିଟି ଆଗରେ ହାଜର ହେବେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର

ନୂଆଦିଲ୍ଲୀ : ଲୋକସଭାର ଆଚାର ସଂହିତା କମିଟି(ଏଥିକ୍ସ କମିଟି) ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରୁଛି। ଏହି କମିଟି ଆଜି ଟିଏମ୍‌ସି ସାଂସଦଙ୍କୁ ଜେରା କରିବ। ତିନୋଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯିବ। ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଆଇନଜୀବୀ ଜୟଆନନ୍ଦ ଦେହାଦ୍ରାଇ ।ଗତ ମାସ ଜୟଆନନ୍ଦ ଦେହାଦ୍ରାଇ ସିବିଆଇ ନିକଟରେ ମହୁଆଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଦୁବେଙ୍କ ଅଭିଯୋଗକୁ ଅଧିକ ତଦନ୍ତ ପାଇଁ ଏଥିକ୍ସ କମିଟି ନିକଟକୁ ପଠାଇଥିଲେ ସ୍ପିକର ଓମ୍ ବିର୍ଲା ।

gpkandhamal

ତେବେ ଆଜି ମହୁଆ ମୋଇତ୍ର  ଏଥିକ୍ସ କମିଟି ଆଗରେ ହାଜର ହେବାକୁୁ ଥିବା ବେଳେ ଗତକାଲି ଆଜିଥିଲା ବଡ଼ ତଥ୍ୟ । ଦୁବାଇରୁ ୪୭ ଥର ମହୁଆଙ୍କ ଆଇଡିରେ ଲଗ୍‌ଇନ୍‌ କରାଯାଇଥିଲା ବୋଲି ସୂଚନା ମିଳିଛି। ଯେତିକି ଥର ଲଗ୍‌ଇନ୍‌ ହୋଇଛି ସେତିକି ଥର ମଧ୍ୟ ସଂସଦରେ ପ୍ରଶ୍ନ ପଚରା ଯାଇଛି। ଏହାକୁ ନେଇ ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କୁ ନିଶାଣ କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ ତେବେ ସମସ୍ତ ସାଂସଦ ମହୁଆଙ୍କ ବିରୋଧରେ ଛିଡ଼ା ହେବା ଉଚିତ ବୋଲି କହିଛନ୍ତି। ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଇଙ୍ଗିତରେ ମହୁଆ ପ୍ରଶ୍ନ ପଚାରୁଥିବା ଅଭିଯୋଗ କରିଥିଲେ।

Umasankar Adv

ଟିଏମ୍‌ସି ସାଂସଦ ଏହା ମଧ୍ୟ ସ୍ବୀକାର କରିଛନ୍ତି। ଜଣେ ବନ୍ଧୁ ଭାବେ ହୀରାନନ୍ଦାନିଙ୍କୁ ନିଜର ପାସୱାର୍ଡ ଏବଂ ଲଗ୍‌ଇନ ଆଇଡି ଦେଇଥିଲେ ବୋଲି କହିଛନ୍ତି। କମିଟି ସାମ୍ନାରେ ହାଜର ହେବା ପୂର୍ବରୁ ମହୁଆ ଦର୍ଶନ ହୀରାନନ୍ଦାନି ଏବଂ ଓକିଲ ଦେହାଦ୍ରାଇଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବାକୁ କହିଛନ୍ତି। ସେ କମିଟି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ତଦନ୍ତ କରିବାର ଅଧିକାର କମିଟିର ନାହିଁ ବୋଲି କହିଛନ୍ତି। ସେ କମିଟି ସାମ୍ନାରେ ଉପସ୍ଥିତ ହୋଇ ଏହାର ଜବାବ ଦେବେ। ସେ ଏ ନେଇ ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଏହା ସହିତ ବିଜେପି ତାଙ୍କ ସାଂସଦ ସଦସ୍ୟତା ଛଡ଼ାଇ ନେବାକୁ ଚାହୁଁଛି ବୋଲି ମହୁଆ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ବିଜେପି ସମସ୍ତ ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚାହୁଁଛି। ସମସ୍ତ ବିରୋଧୀଙ୍କୁ ଗିରଫ କରି ସହଜରେ ନିର୍ବାଚନ ଜିତିବାକୁ ଚାହୁଁଛି। ଏଥିପାଇଁ ଷଡ଼ଯନ୍ତ୍ର କରାଯାଇଛି। ବିରୋଧୀ ସାଂସଦଙ୍କ ଫୋନ୍‌ ହ୍ୟାକ୍‌ କରାଯାଉଛି।

Leave A Reply

Your email address will not be published.