ଏଣିକି ଡାକରେ ପଠାଇ ଏକ୍ସଚେଞ୍ଜ କରିପାରିବେ ୨ ହଜାର ଟଙ୍କିଆ ନୋଟ୍

ଭୁବନେଶ୍ୱର: ଏଣିକି ଡାକରେ ପଠାଇ ଏକ୍ସଚେଞ୍ଜ କରିପାରିବେ ୨ ହଜାର ଟଙ୍କିଆ ନୋଟ୍ ।  ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇପାରିବେ । ବିଶେଷ କରି ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇପାରୁ ନ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଏବେ ଲାଭଦାୟକ ହେବ ବୋଲି ଆଶା ରଖିଛି ଆରବିଆଇ । ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ୍ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି ।  ରାଜ୍ୟରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ବାହାରେ ଲାଗୁଥିବା ଲମ୍ବା ଧାଡିକୁ ଦେଖି ଆରବିଆଇ ଏଭଳି ଏକ ନିଷ୍ପତ୍ତିି ନେଇଛି ବୋଲି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି । ଉଭୟ ଟିଏଲଆର ଏବଂ ବୀମାକୃତ ପୋଷ୍ଟ ବିକଳ୍ପ ଅତ୍ୟନ୍ତ ସୁରକ୍ଷିତ ଏବଂ ଏହାର ବ୍ୟବହାର ନେଇ ଜନସାଧାରଣଙ୍କର କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

gpkandhamal

କେବଳ ଦିଲ୍ଲୀ ଆରବିଆଇ ଅଫିସକୁ  ଗତ ମେ’ ୧୯ ତାରିଖରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲା । ସେବେଠାରୁ ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତରୁ ଅଧିକ ନୋଟ୍ ଫେରସ୍ତ ହୋଇଛି । ଏବେ ଆରବିଆଇର ଶାଖା କାର୍ଯ୍ୟାଳୟ ଗୁଡିକରେ ନୋଟ୍ ବଦଳ ହେଉଛି ।

Umasankar Adv
Leave A Reply

Your email address will not be published.