ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ: ମନୋରଞ୍ଜନ ମିଶ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ : ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଜଣେ ଓଡ଼ିଆ ଥିବା ବେଳେ ଏବେ ଆଉ ଜଣେ ଓଡ଼ିଆ ଏହି କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ଇଡି ) ନିଯୁକ୍ତ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ମନୋରଞ୍ଜନ ମିଶ୍ର। ନଭେମ୍ବର ୧ରୁ ସେ ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମନୋରଞ୍ଜନ ମିଶ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ଆରବିଆଇର ନିୟାମକ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର( ସିଜିଏମ) ଭାବେ କାର୍ଯ୍ୟ କରୁଥିଲେ। ରିଜର୍ଭ ବ୍ୟାଙ୍କରେ ମନୋରଞ୍ଜନ ମିଶ୍ରଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ସେ ବ୍ୟାଙ୍କ ଏବଂ ଏନବିଏଫସି ନିୟନ୍ତ୍ରଣ, ବ୍ୟାଙ୍କର ତଦାରଖ ଏବଂ ମୁଦ୍ରା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।

ମନୋରଞ୍ଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବ୍ୟାଙ୍କିଂ ଓ ଫାଇନାନସରେ ଏମବିଏ କରିଛନ୍ତି। ଶ୍ରୀ ମିଶ୍ର ବ୍ରିଟେନ୍‌ର ଆ‌ଷ୍ଟନ ବିଜନେସ୍‌ ସ୍କୁଲରୁ ଫାଇନାନ୍ସ ଓ ଆର୍ଥିକ ନିୟମ ଉପରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି।

Umasankar Adv
Leave A Reply

Your email address will not be published.