କୁକୁଡା କଟା କାଠ ଗଣ୍ଡିରେ ଜଗନ୍ନାଥଙ୍କ ପ୍ରତିଛବି

ପାଟଣା : ଦୀର୍ଘ ଦିନରୁ କୁକୁଡା କଟା ଯାଉଥିବା କାଠଗଣ୍ଡିଟି ଖାଲୁଆ ହୋଇଯିବାରୁ ଗୁରୁବାର ସନ୍ଧ୍ୟାରେ କୁକୁଡା ବେପାରୀ ଜଣକ ଏକ ମେସିନ କରତ ସାହାଯ୍ୟରେ କାଠ ଗଣ୍ଡିର ଉପର ଖାଲୁଆ ଅଂଶକୁ କାଟି ଦେବା ପରେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କୁ ବିସ୍ମିତ କରିଥିଲା । କଟା ଯାଇଥିବା କାଠ ଗଣ୍ଡିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା । ଘଟଣା ତୁଣ୍ଡ ବାଇଦ ଭଳି ବ୍ୟାପି ଯିବାରୁ ଦେଖଣାହାରୀଙ୍କର ଏଠାରେ ଭିଡ ଜମୁଛି । ପାଟଣା ବ୍ଲକ ତୁରୁମୁଙ୍ଗା ବଜାର ଅଞ୍ଚଳରେ ଦୀର୍ଘ ୨୫ ବର୍ଷ ହେଲା ଉଭୟ ଦେଶୀ ଓ ବ୍ରୟଲର କୁକୁଡା କାଟି ମାଂସ ବିକ୍ରି କରୁଥିବା ସେହି ଗ୍ରାମର ଗୌତ୍ତମ ଦେହୁରୀ (୫୦)। ଦଧିବାମନ ପ୍ରାଥମିକ ବିଦ୍ୟାଳୟ ସାମ୍ନା ରାସ୍ତାରେ ଥିବା ପାଲଟଣା କୁକୁଡା ମାଂସ ଦୋକାନରେ ଆଜି ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଛି ।

gpkandhamal

ଜଗନ୍ନାଥ ସ୍ଵରୁପ ଦଧିବାମନଙ୍କ ନାମରେ ନାମିତ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁଡା କଟା କାଠ ଗଣ୍ଡିରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣାକୁ ଆଲୌକିକ କୁହାଯାଉଛି ।

Umasankar Adv
Leave A Reply

Your email address will not be published.