ଆଠଗଡ ମହୋତ୍ସବ ପ୍ରସ୍ତୁତି ବୈଠକ

ଆଠଗଡ :  ଆଠଗଡ ପ୍ରଶାସନ ପକ୍ଷରୁ ଗତବର୍ଷ ଆରମ୍ଭ ହୋଇଥିବା ଆଠଗଡ ମହୋତ୍ସବ ଚଳିତ ବର୍ଷ ଡିସେମ୍ବର ୧୫-୧୯ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଆୟୋଜିତ ହେବ । ଏଥିପାଇଁ ଶୁକ୍ରବାର ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ତରାଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ନଭେମ୍ବର ୧୪ତାରିଖ ଶିଶୁ ଦିବସରେ ଆଠଗଡ ସହରର ୩ଟି ସ୍ଥାନରୁ ଗଣ ପଦଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଞ୍ଚିବା ପରେ ସେଠାରେ ମହୋତ୍ସବର ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ବୀରକିଶୋରପୁର ଛକ, ରଥଗଡା ଛକ ଓ କନ୍ତୋଲ ଠାରୁ ଏହି ଗଣ ପଦଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମହୋତ୍ସବ ପଡିଆରେ ପହଞ୍ଚିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଏହି ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଏକ ‘ଅଷ୍ଟାୟନ’ ନାମରେ ସ୍ମରଣୀକା ପ୍ରକାଶ କରାଯିବ।

gpkandhamal

ଏଥିପାଇଁ ଆଠଗଡ ଇତିହାସ, କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଉପାସନା ପୀଠ ଓ ଦେବାଦେବୀ, ବରପୁତ୍ର, ଶିକ୍ଷା ଏବଂ ଧର୍ମଧାରା ସମ୍ବନ୍ଧୀୟ ଗବେଷଣାତ୍ମକ ସନ୍ଦର୍ଭ(ପ୍ରବନ୍ଧ ଓ କବିତା) ଦୁଇ ପୃଷ୍ଠା ସମ୍ବଳିତ ଲେଖା ଆଗାମୀ ନଭେମ୍ବର ୨୦ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ କମିଟିର ସଂପାଦକ ତଥା ନଗରପାଳ ସସ୍ମିତା ରାଉତ, ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କ ସମେତ ମହୋତ୍ସବର ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Umasankar Adv
Leave A Reply

Your email address will not be published.