୨୨ରେ ସମ୍ବଲପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ସମ୍ବଲପୁର : ଆସନ୍ତା ୨୧ ତାରିଖ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ଶ୍ରୀମତୀ ମୁର୍ମୁଙ୍କ ହେବ ପ୍ରଥମ ସମ୍ବଲପୁର ଗସ୍ତ। ଏହି ମର୍ମରେ ପ୍ରଜାପିତା ବ୍ରହ୍ମକୁମାରୀ ସମ୍ବଲପୁର ଶାଖା ତରଫରୁ ଶୁକ୍ରବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବ୍ରହ୍ମକୁମାରୀର ପଶ୍ଚିମ ଓଡିଶାର ସଞ୍ଚାଳିକା ରାଜଯୋଗିନୀ ପାର୍ବତୀ ଦିଦି, ବ୍ରହ୍ମକୁମାର ଭାଇ ନଥମଲ ତଥା ବ୍ରହ୍ମକୁମାରୀ ଦୀପା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଆଗାମୀ ୨୧ ଓ ୨୨ ତାରିଖରେ ଦ୍ୱିଦିବସୀୟ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁର ଗସ୍ତରେ ରହିବେ। ୨୨ ତାରିଖ ସକାଳ ୯ଟା ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର-ଝାରସୁଗୁଡା ରାସ୍ତାରେ ସ୍ଥିତ ଏଲ ଏଣ୍ଡ ଟି ଟୋଲ ଗେଟ ନିକଟସ୍ଥ ପାବନ ସରୋବର ଠାରେ ପହଞ୍ଚିବେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ରହ୍ମକୁମାରୀ ଶିକ୍ଷା ପ୍ରଭାଗ ଦ୍ୱାରା ଆୟୋଜିତ ‘ନୁଆଁ ଭାରତ ପାଇଁ ଶିକ୍ଷା’ ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ ହେବ। ଏହି ଅବସରରେ ପଶ୍ଚିମ ଓଡିଶାର ୯ଟି ଜିଲାରୁ ପ୍ରାୟ ୪ ହଜାରରୁ ବ୍ୟକ୍ତିଙ୍କ ସମାଗମ ହେବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନେ ୧୫ ତାରିଖ ସୁଦ୍ଧା ବ୍ରହ୍ମକୁମାରୀ ସମ୍ବଲପୁରଙ୍କ ସହାୟତାରେ ପଞ୍ଜିକରଣ କରିପାରିବେ। କାର୍ଯ୍ୟକ୍ରମ ଦିନ ସକାଳ ୭ଟା ସୁଦ୍ଧା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାକୁ ପଡିବ । ସାଥିରେ ପ୍ରବେଶ ପତ୍ର ଓ ଆଧାର କାର୍ଡ ଧରିବା ନିତାନ୍ତ ଜରୁରୀ । ତେବେ ସାଙ୍ଗରେ ବ୍ୟାଗ, ପାଣି ବୋତଲ ତଥା ମୋବାଇଲ ଫୋନ ନେବା ବାରଣ କରାଯାଇଛି । ଯାନବାହାନ ଗୁଡିକର ପାର୍କିଂ ପାଇଁ ସୁବ୍ୟବସ୍ଥା କରଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Umasankar Adv
Leave A Reply

Your email address will not be published.