ହାଇଦ୍ରାବାଦ ; ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ , ୬ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦରେ ସୋମବାର ସକାଳେ ଏକ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଘଟଣ ଯୋଗୁଁ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ନିଆଁ ଖୁବ ଜୋରରେ ବ୍ୟାପିବାରୁ ଲୋକେ ଘର ଭିତରୁ ବାହାରି ପାରିନଥିବାରୁ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

gpkandhamal

ହାଇଦ୍ରାବାଦର ନାମପାଲ୍ଲୀ ବଜାରଘାଟରେ ଏକ ଆପାର୍ଟମେଣ୍ଟରେ ଥିବା ଗୋଦାମରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Umasankar Adv
Leave A Reply

Your email address will not be published.