ମର୍ମନ୍ତୁଦ ଦୁର୍ଘଟଣା ; ଏକା ଥରକେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ

ମୁଜଫାରନଗର : ଉତ୍ତରପ୍ରଦେଶର ମୁଜଫାରନଗରରେ ମଙ୍ଗଳବାର ଏକ କାର ଟ୍ରକକୁ ଧକ୍କା ଦେଇ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। କାର ଚାଳକ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି।

gpkandhamal

ସୂଚନାନୁଯାୟୀ, ଦିଲ୍ଲୀ-ଡେରାଡୁନ ହାଇୱେରେ ଛପାର ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ଶାହଦରା ନିବାସୀ ଛଅ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଭୋର ପ୍ରାୟ ୪ଟାରେ ଏକ ଟ୍ରକ ମୁଜଫାରନଗରରୁ ହରିଦ୍ୱାର ଅଭିମୁଖେ ଯାଉଥିଲା। ଛପାର ନିକଟରେ କାରଟି ଉକ୍ତ ଟ୍ରକ ପଛପଟେ ଖୁବ ଜୋରରେ ଧକ୍କା ହୋଇଥିଲା। ରାଜପଥ ଦେଇ ଯାଉଥିବା ଲୋକେ ପୁଲିସକୁ ଦୁର୍ଘଟଣା ବିଷୟରେ ଖବର ଦେଇଥିଲେ। ଦ୍ରୁତ ଗତି କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Umasankar Adv
Leave A Reply

Your email address will not be published.