କମ୍‌ ଦିନରେ ଟଙ୍କା ଡବଲ୍‌ ଆଶା ଦେଖାଇ ଦୁଇ ବ୍ୟବସାୟୀଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ, ୫ଗିରଫ

ବ୍ରହ୍ମପୁର : ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ । ଅସଲି ଟଙ୍କା ନେଇ ଧରେଇ ଦେଲେ ଖେଳଣା ଟଙ୍କା । ଋଣ କରାଇଦେବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ । ବିନା କାଗଜପତ୍ର ଓ ମୋର୍ଟଗେଜ୍‌ରେ ଋଣ ଦେବା ଓ ପରେ ୩ମାସ ମଧ୍ୟରେ ଏହାର ପରିଶୋଧ କରିବାକୁ ବି ପଡ଼ିବ ନାହିଁ କହିଲେ । ଏଭଳି ଏକ ଠକେଇ ର‍୍ୟାକେଟର ୫ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୁଲିସ ।

gpkandhamal

ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ୪ର୍ଥ ଲାଇନର ବଦ୍ରୀନାଥ ପଣ୍ଡା (୨୯), କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆସାରର ଅକ୍ଷୟ କୁମାର ନାୟକ(୨୯), ରାଉତପେଟା ସାହିର ଭବାନୀ ଶଙ୍କର ପଟ୍ଟନାୟକ(୨୯), ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣୋଝାଲିଗ୍ରାମର ରାମଚନ୍ଦ୍ର ପଣ୍ଡା ଓରଫ ଟୁଟୁ(୪୫) ଓ ଆଙ୍ଗୁର ଗ୍ରାମର ନିବାସ ନାହାକ(୪୪) । ଏହି ଘଟଣାରେ ମହେଶ, ଅନର ଓ କେପି ସମ୍ପୃକ୍ତ ଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି ।

Umasankar Adv
Leave A Reply

Your email address will not be published.