୫T ଅଧିନରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲର ହେବ ରୂପାନ୍ତରଣ : ୩୩୮୮.୭୩ କୋଟି ବ୍ୟୟବରାଦ

ଭୁବନେଶ୍ୱର : ଛୋଟ ହେଉ କିମ୍ବା ବଡ଼ ଡାକ୍ତରଖାନା ସବୁଠି ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ମିଳିବ। କେବଳ ଚିକିତ୍ସା ନୁହେଁ ଡାକ୍ତରଖାନାରେ ଉତ୍ତମ ପରିବେଶ ସୃଷ୍ଟି କରାଯିବ। ଏହି ଲକ୍ଷ୍ୟ ନେଇ ‘୫-ଟି’ ଉପକ୍ରମ ଅଧୀନରେ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ କରାଯିବ। ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ। ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧,୮୫୮ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ ହେବ। ଏଥି ପାଇଁ ୩୩୮୮.୭୩ କୋଟି ବ୍ୟୟବରାଦ ହୋଇଛି।

gpkandhamal

‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ଡାକ୍ତରଖାନାରେ ନବୀକରଣ, ପୁନରୁଦ୍ଧାର, ନୂଆ ନିର୍ମାଣ, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ବିକାଶ ଭଳି କାର୍ଯ୍ୟ କରାଯିବ। ୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୯ଟି ଡାକ୍ତରଖାନା ରୂପାନ୍ତରଣ ହେବ। ଏଥି ମଧ୍ୟରୁ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୂପାନ୍ତର ପାଇଁ ଚୟନ କରାଯାଇଛି। ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି, ଆବଶ୍ୟକ ସ୍ଥଳେ ନୂଆ କୋଠା ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ କାମ କରାଯିବ । ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ ।

Umasankar Adv
Leave A Reply

Your email address will not be published.