ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭୁବନେଶ୍ୱରରେ ସହରାଞ୍ଚଳର ଗରିବଙ୍କ ପାଇଁ ୧୭୦୦ରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି। ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଉଦ୍‌‌ଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରୁ ଗୋଟିଏ ହେଉଛି ଚନ୍ଦ୍ରଶେଖରପୁରସ୍ଥିତ ଏଏଚ୍‌‌ପି, ସତ୍ୟ ନଗର ପ୍ରେଜେକ୍ଟ। ଏହି ପ୍ରକଳ୍ପଗୁଡିକରେ ସାମାଜିକ ଭିତ୍ତିଭୂମି ସୁବିଧା ରହିଛି। ଯେପରିକି ପଡ଼ୋଶୀ ସପିଙ୍ଗ୍‌‌ ସେଣ୍ଟର ଏବଂ ଅନ୍ୟାନ୍ୟ ସୁବିଧା।

gpkandhamal

ଏଠାରେ ୨୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି । ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ରାଜଧାନୀ ଭୁବନେଶ୍ୱରରେ ସହରାଞ୍ଚଳ ଗରିବଙ୍କ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୭, ୦୦୦ରୁ ଅଧିକ ବାସଗୃହ ନିର୍ମାଣ କରିବାର ଯୋଜନା ରହିଛି। ବାସଗୃହ ନିର୍ମାଣ ୨୦୧୫ ନୀତି ଅନୁଯାୟୀ ସହରାଞ୍ଚଳର ସମସ୍ତ ଗରିବଙ୍କ ପାଇଁ ବାସଗୃହ ନିର୍ମାଣ ହେବାକୁ ଯାଉଛି। ଘରୋଇ ବିକାଶକାରୀଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନକରି ସୁଲଭ ଗୃହ ନିର୍ମାଣ ୟୁନିଟ୍‌‌ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କର ୭ଟି ଭିନ୍ନ ମଡେଲ୍‌‌ ରହିଛି। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ବିହାର ହେଉଛି ଏକ ସବୁଜ କ୍ଷେତ୍ର ସୁଲଭ ଗୃହ ନିର୍ମାଣ ପ୍ରକଳ୍ପ ଯାହାକି ୨୦.୨୧ ଏକର ଜମି ଉପରେ ବିସ୍ତାର ହୋଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏଥିରେ ମୋଟ ୨୬୦୦ ବାସଗୃହ ନିର୍ମାଣ ୟୁନିଟ୍‌‌ ରହିବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ, ମଲ୍ଟି-ଏମିନିଟି ସୁବିଧା କେନ୍ଦ୍ର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟତୀତ ୮୨୦ ଆବାସିକ ୟୁନିଟ୍‌‌ ଘରୋଇ ଅଂଶୀଦାର ଦ୍ୱାରା ସମ୍ପନ୍ନ ହୋଇ ବଣ୍ଟନ ପାଇଁ ବିଡିଏକୁ ହସ୍ତାନ୍ତର କରାଯାଇଛି।

Umasankar Adv
Leave A Reply

Your email address will not be published.