ଉତ୍ତରକାଶୀ ଟନେଲ ଦୁର୍ଘଟଣା : ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟରେ ପୁଣି ଆରମ୍ଭ ହେଲା ଡ୍ରିଲିଂ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଡେରାଡୁନ : ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଶନିବାର ଠାରୁ ଦୁଇ ଦୁଇଟି ହେଭି ମେସିନରେ ଖନନ କରାଯାଇ ଭିତରକୁ ପାଇପ ଭର୍ତ୍ତି କରିବା ଲାଗି ଉଦ୍ୟମ କରାଯିବା ସହିତ ବିକଳ୍ପ ଉପାୟରେ ପାହାଡ଼ ଉପରୁ ଖନନ କରିବା ଆରମ୍ଭ କରାଯାଇଥିଲା। ଏହାସତ୍ତ୍ବେ ରବିବାର ସୁଦ୍ଧା ସେଭଳି କୌଣସି ସକାରାତ୍ମକ ଖବର ମିଳିପାରି ନାହିଁ। ଟନେଲ ଦ୍ବାର ଠାରୁ ଶ୍ରମିକମାନେ ପ୍ରାୟ ୫୦ ମିଟର ଦୂରରେ ରହିଛନ୍ତି।

gpkandhamal

ଅନ୍ୟପଟେ ଡ୍ରିଲିଂ ବେଳେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଥିବା ସତ୍ତେ ଜୀବନ ବଞ୍ଚାଇବା ପାଇଁ ଆଜି ସକାଳୁ ପୁଣି ଡ୍ରିଲିଂ ଆରମ୍ଭ କରାଯାଇଛି। ବିଶେଷଜ୍ଞମାନେ ‘ପ୍ଲାନ-ସି’ କାର୍ଯ୍ୟକାରୀ କରିବା ସହ ପାହାଡ଼ର ଉପରିସ୍ଥ ଭାଗରୁ ଶ୍ରମିକମାନେ ଫସି ରହିଥିବା ସ୍ଥାନ ପର୍ଯ୍ୟନ୍ତ ପାଇପ ନେବାକୁ ଉଦ୍ୟମ କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଗତକାଲି ସନ୍ଧ୍ୟାରୁ ଡ୍ରିଲିଂ କାର୍ଯ୍ୟ ଆରମ୍ଭ ହୋଇଛି।ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏଜେନ୍ସିମାନଙ୍କ ସହ ପାଞ୍ଚଟି ବିକଳ୍ପ ପଥ ଉପରେ ଆଲୋଚନା କରାଯାଇଛି।

Umasankar Adv
Leave A Reply

Your email address will not be published.