କୃତ୍ରିମ ବୁଦ୍ଧିମତାକୁ ଦେଶର ପ୍ରଗତି ପାଇଁ ବ୍ୟବହାର କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ

ବୁର୍ଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁକୁଳ ପରିବର୍ତ୍ତନର ବାହକ, ବିବିଧତାର ବାର୍ତ୍ତାବହ ଏବଂ ଏକାଗ୍ରତାର ଚମ୍ପିଆନ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି। ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଉଦବୋଧନ ଦେଇ ରାଷ୍ଟ୍ରପତି କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।

gpkandhamal

ରାଷ୍ଟ୍ରପତି କହିଥିଲେ, ଶିକ୍ଷା ବ୍ୟବସ୍ଥା ବିଶେଷକରି ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ସହିତ ଦେଶର ସାମର୍ଥ୍ୟ ସହିତ ନିପୁଣତା ସଂଯୁକ୍ତ ହୋଇ ରହିଛି। ଦୃତ ଗତିସମ୍ପର୍ଣ୍ଣ ପୃଥିବୀରେ ଛାତ୍ରଛାତ୍ରୀ ମାନେ ଆହରଣ କରିଥିବା ଦକ୍ଷତା ଏବଂ ଜ୍ଞାନ ଭବିଷ୍ୟତ ଗଠନ କରିବ। ଯନ୍ତ୍ରୀମାନେ ପ୍ରାଦ୍ୟୋଗିକ ସଫଳତା ସହିତ ସମାଜର ଭଲ ପାଇଁ ଦାୟିତ୍ୱ ନେବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି ଯେ, ମହାନ ଦାୟିତ୍ୱ ମହାନ ସାମର୍ଥ୍ୟ ଅଣିଥାଏ ଏଣୁ ଛାତ୍ରଛାତ୍ରୀ ମାନେ ବହୁତ ଭଲ କାର୍ଯ୍ୟପାଇଁ ନିପୁଣତାକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଏଥିରେ ୩୧ ଜଣ ବିଦ୍ୟାର୍ଥୀ ବିଭୁଷଣ ଉପାଧିରେ ଭୁଷିତ ହୋଇଥିଲେ। ସମୁଦାୟ ୨୭ ଜଣ ଛାତ୍ର ୩୭ଟି ସ୍ୱର୍ଣ୍ଣପଦକରେ ସମ୍ମାନିତ ହୋଇଥିଲେ। ଦୀକ୍ଷାନ୍ତ ଉତ୍ସବରେ ୪୬୪ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷା ଶେଷ ପ୍ରମାଣପତ୍ର, ସମାବର୍ତ୍ତନ ଉତ୍ସବରେ ୯୪୦ ଜଣ ସ୍ନାତକ ଏବଂ ୩୦୫ ଜଣ ସ୍ନାତକୋତ୍ତର ଉପାଧି ପାଇଥିଲେ। ସମୁଦାୟ ୧୨୭୪ଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା।

Umasankar Adv
Leave A Reply

Your email address will not be published.