ସମଲେଶ୍ୱରୀ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିଦିବସୀୟ ସମ୍ବଲପୁର ଗସ୍ତରେ ମଙ୍ଗଳବାର ଆସିଛନ୍ତି। ମଧ୍ୟାହ୍ମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁରର ଉପନଗରୀ ବୁର୍ଲା ଠାରେ ସ୍ଥିତ ଏମସିଏଲର ହ୍ୟାଲିପ୍ୟାଡରେ ଭାରତୀୟ ବିମାନ ବାହିନୀର ଏମଅଇ – ୧୭ ହେଲିକେପ୍ଟର ଯୋଗେ ପହଂଚିଥିଲେ। ଏମସିଏଲର ଗେଷ୍ଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ଭିସୁଟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ସମାବର୍ତ୍ତନ ଉତ୍ସବ ପରେ ସନ୍ଧ୍ୟା ସମୟରେ ବୁର୍ଲାରୁ ସଡକ ପଥରେ ସମ୍ବଲପୁରର ଅଧିଷ୍ଠାତ୍ରୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଆସି ଆର୍ଶିବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମଲେଇ ମନ୍ଦିର ଠାରେ ଆନୁଷ୍ଠାନିକ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମାଁ ସମଲେଶ୍ୱରୀଙ୍କ ଏକ ଫଟୋ ଚିତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର, ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ସଦସ୍ୟ ପ୍ରଫୁଲ୍ଲ କୁମାର ହୋତା, ଦେଉ କୁମାର ଆଜମେରିଆ, ହେମନ୍ତ ମିଶ୍ର, ସନ୍ତୋଷ ପୃଷେଠ ଓ ବିରେନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.