କଳାହାଣ୍ଡିରେ ଦନ୍ତାହାତୀ ଅସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ନର୍ଲା ବନଖଣ୍ଡ ଅଧିନସ୍ଥ କମର୍ଦ୍ଧା ପଂଚାୟତର ଗନ୍ଧର୍ବାରୁ ଗାଁ ନିକଟ ପାହାଡରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ଠାବ ହୋଇଛି । ଏହି ପୁରୁଷ ଦନ୍ତାହାତୀଟିର ବୟସ ପ୍ରାୟ ୧୦ ରୁ ୧୫ ବର୍ଷ ହେବ ଏବଂ ତାର ତଣ୍ଟିରେ ସଂକ୍ରମଣ ହୋଇଥିବାରୁ ସେ ଖାଇ ପାରୁନାହିଁ। ଗତ ପ୍ରାୟ ତିନିଦିନ ଧରି ନର୍ଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବୁଲିବା ପରେ ଆଜି ଭୋରରୁ ଗନ୍ଧର୍ବାରୁ ଗାଁ ନିକଟରେ ହାତୀଟି ଶୋଇଥିବା ଦେଖିବାକୁ ମିଳିଛି। ବିଶ୍ଵନାଥପୁରରୁ ପ୍ରାଣୀ ଚିକିତ୍ସକ ଆସି ହାତୀର ଚିକିତ୍ସା କରିବେ ବୋଲି ନର୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପାଲ କହିଛନ୍ତି।

Leave A Reply

Your email address will not be published.