ଭିଜିଲାନ୍ସ ଜାଲରେ ଚକ୍ଷୁରୋଗ ବିଶେଷଜ୍ଞ, ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ଭିଜିଲାନ୍ସ ଜାଲରେ । ଡାକ୍ତର ସଂଜୀବ କୁମାର କର ମୋତିଆ ବିନ୍ଧୁ ଅପରେସନ ପାଇଁ ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହେଣ୍ଡେଡ ଧରିଲା ସୋନପୁର ଭିଜିଲାନ୍ସ । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀଙ୍କ ଅପରେସନ ପାଇଁ ଏହି ଟଙ୍କା ନେଉଥିଲେ । ଏବେ ଡାକ୍ତର ସଞ୍ଜୀବ କରଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜର ବାସଭବନ ଓ ସୋନପୁର ସହର ସ୍ଥିତ ସରକାରୀ ଘରେ ତଲାସୀ ଚାଲିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

Leave A Reply

Your email address will not be published.