ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

କଟକ: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ମଧ୍ୟରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନୀ ସନ୍ଧ୍ୟାରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଐତିହାସିକ ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ଅଧିକା ଥିବା ଜଣାପଡିଛି ।

gpkandhamal

ଚଳିତ ବର୍ଷ ବାଲିଯାତ୍ରାରେ ୧୨୦୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି । ପ୍ରଥମ ଦିନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଓରମାସ ଓ ମିଶନ ଶକ୍ତିର ଷ୍ଟଲ । ପାଗ ଅନୁକୂଳ ଥିବାରୁ ଉଦଘାଟନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଐତିହାସିକ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡାକଡି କରାଯାଇଛି ।

Umasankar Adv
Leave A Reply

Your email address will not be published.