ବିଲକୁ ଯିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ

ସୁନ୍ଦରଗଡ଼: ହାତୀ ଆକ୍ରମଣରେ ଚାଷୀ ମୃତ । ସକାଳୁ ସକାଳୁ ବିଲକୁ ଯିବାବେଳେ ଆକ୍ରମଣ କରିଥିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଯିବାବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ହେଲେ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆ ହାତୀ ପଲ ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳକୁ ଆସି ଉତ୍ପାତ କରୁଛନ୍ତି ।

gpkandhamal

ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରୁଛି ।

Umasankar Adv
Leave A Reply

Your email address will not be published.