ସୁନା ଦୋକାନୀଙ୍କ ଘରୁ ବନ୍ଧୁକ ଦେଖାଇ ଲୁଟିନେଲେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି। ୬ଜଣ ଡକାୟତ ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର। ୬ଜଣ ଡକାୟତ ଗତକାଲି ବିଳମ୍ବିତ ରାତି ଗୋଟାଏ ବେଳେ ଟୁକୁଣା ଗାଁର ସୁନା ବେପାରୀ ପବିତ୍ର ଦାସଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ ଲୁଟେରା । ପବିତ୍ର ଓ ପରିବାର ସଦସ୍ୟଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇଥିଲେ ।

gpkandhamal

୨୦୦ଗ୍ରାମର ସୁନା ଓ ୭ କିଲୋରୁ ଅଧିକ ରୁପା ଅଳଙ୍କାର ନେଇଯାଇଛନ୍ତି ଲୁଟେରା । ଅଭିଯୋଗ ପରେ ତଦନ୍ତ କରୁଛି ନନ୍ଦିପଦା ଥାନା ପୋଲିସ । ପବିତ୍ରଙ୍କର ଛେନାପଦି ଛକରେ ଗହଣା ଦୋକାନ ଅଛି।

Umasankar Adv
Leave A Reply

Your email address will not be published.