ବାଣୀବିହାର ରେଳ ଓଭର ବ୍ରିଜ ଉପରେ ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ବାଣୀବିହାର ରେଳ ଓଭର ବ୍ରିଜ ଉପରେ ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ୍। ଆଜି ସକାଳେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା। ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

gpkandhamal

ମୃତକ ଜଣଙ୍କ ହେଲେ ପ୍ରତ୍ୟୁତପର୍ଣ୍ଣ ଦାସ । ଘର ରସୁଲଗଡ଼ ଅଞ୍ଚଳରେ। ସେ ଇଞ୍ଜିନିୟରିଂ ଛାତ୍ର ବୋଲି ଜାଣିବାକୁ ମିଳିଛି। ମୃତକଙ୍କ ପରିବାର ମୃତଦେହ ଚିହ୍ନଟ କରିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି ପୋଲିସ। ଗାଡିର ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଟ୍ରକର କାଗଜପତ୍ର ଯାଞ୍ଚ କରୁଛି ସହିଦନଗର ଥାନା ପୋଲିସ ।

Umasankar Adv
Leave A Reply

Your email address will not be published.