ତାପଙ୍ଗ ଷ୍ଟେସନରେ ପଲାସା-କଟକ ଟ୍ରେନ ଅଟକାଇ ପ୍ରତିବାଦ କଲେ ଯାତ୍ରୀ, ଅଧିକ ବଗି ଲଗାଇବାକୁ ଦାବି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଷ୍ଟେସନରେ ପଲାସା-କଟକ ପାସେଞ୍ଜର ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି ଦାବିରେ ଲୋକେ ରେଳରୋକ କରିଥିଲେ। ତାପଙ୍ଗ ଷ୍ଟେସନରେ ପଲାସା-କଟକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା। ଏହା ସହ ଟ୍ରେନ ଆଗରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଯାତ୍ରୀ।

ପଲାସା-କଟକ ପାସେଞ୍ଜର ଟ୍ରେନରେ ବଗି ସଂଖ୍ୟା ଯଥେଷ୍ଟ ନଥିବାରୁ ତାପଙ୍ଗ ଅଞ୍ଚଳର ଲୋକେ ଭୁବନେଶ୍ୱରକୁ ଯିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଟ୍ରେନରେ ବଗି ସଂଖ୍ୟା କମ୍ ଥିବାରୁ ଅଧିକ ବଗି ପାଇଁ ବାରମ୍ବାର ଦାବି କରିବା ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଟ୍ରେନକୁ ଅଟକାଇଥିଲେ ଲୋକେ।

Umasankar Adv
Leave A Reply

Your email address will not be published.