ଜି. ଉଦୟଗିରି ଏନ.ଏ.ସି ଅଧ୍ୟକ୍ଷା ଉପ-ନିର୍ବାଚନ, ବିଜେଡି ପ୍ରାର୍ଥୀ ଦେବସ୍ମିତା ବିଜୟୀ


ଜି.ଉଦୟଗିରି, ୩୦/୧୧ : ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନର ବୁଧବାର ଭୋଟ୍ ଗଣତି ଶେଷ ହୋଇଛି। ବିଜୁ ଜନତା ଦଳ ଏହି ପଦବୀ ବଜାୟ ରଖୁବାରେ ସଫଳ ହୋଇଛି । ସର୍ବଶେଷ ଫଳାଫଳ ଅନୁଯାୟୀ, ବିଜୁ ଜନତା ଦଳର ପ୍ରାର୍ଥିନୀ ଦେବସ୍ମିତା ଶତପଥ୍ ବିଜୟୀ ହୋଇଛନ୍ତି। ଦେବସ୍ମିତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ରଞ୍ଜିତା ନାୟକଙ୍କୁ ୨୩୭୪ ଭୋଟରେ ପରାଜିତ କରିଛନ୍ତି ।
ଦେବସ୍ମିତା ୩୧୧୧ ଭୋଟ ପାଇଥିବା ବେଳେ ରଞ୍ଜିତା ୭୩୭ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥିନୀ ମଧୁଲିବା ଦିଗାଲଙ୍କୁ ୬୨୭ ଭୋଟ ମିଳିଛି। ବୁଧବାର ଅନୁଷ୍ଠିତ ମତଦାନରେ ସମୁଦାୟ ୮୧୫୫ ଭୋଟରଙ୍କ ମଧ୍ୟରୁ ୪୫୧୯ ଜଣ ମତଦାନ କରିଥିଲେ । ମତଦାନ ପ୍ରତିଶତ ୫୫.୪୧ ରହିଥିଲା। ସୂଚନାଯୋଗ୍ୟ, ଭୂତପୂର୍ବ ଅଧକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ଯୋଗୁଁ ଏହି ପଦବୀ ଖାଲି ପଡିଥିଲା । ତିନି ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ଯରେ ତ୍ରିମୁଖୀ ଲଢେଇ ହୋଇଥ‌ିବା ବେଳେ ବିଜେଡି ସ୍ବର୍ଗତା ଅଧ୍ୟକ୍ଷା ଭାନୁପ୍ରଭାଙ୍କ ଝିଅ ଦେବସ୍ମିତାଙ୍କୁ ପ୍ରାର୍ଥୀ କରିଥିଲା।

Leave A Reply

Your email address will not be published.