ସୋମବାରଠାରୁ ଖୋଲିବ ଶିମିଳିପାଳ

ଭୁବନେଶ୍ବର  : ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ପାଇଁ ସୋମବାରଠାରୁ ଖୋଲିବ ଶିମିଳିପାଳ । ଶନିବାରଠାରୁ ଅଭୟାରଣ୍ୟ ରାସ୍ତା ମରାମତି ଆରମ୍ଭ ହୋଇଛି । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ରାସ୍ତା ଅବରୋଧ ହଟାଯାଇଛି। ଫଳରେ ପୁଣି ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକ ବନ୍ୟ ଜୀବଜନ୍ତୁଙ୍କୁ ପାଖରେ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇ ପାରିବେ।

gpkandhamal

ସୂଚନାଯୋଗ୍ୟ ପ୍ରତେକ ବର୍ଷ ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲିଥାଏ। ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୪ରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା; କିନ୍ତୁ ଶିମିଳିପାଳ ବିକାଶ ପରିଷଦ ୫ ଦଫା ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଥିଲା। ତେଣୁ ନଭେମ୍ବର ୨୫ରୁ ଶିମିଳିପାଳ ବନ୍ଦ ରହିଥିଲା। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଥିବା ବରେଇପାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଯଶିପୁର ବିଧାୟକ ଗଣେଷ ରାମ ସିଂ ଖୁଣ୍ଟିଆ, ଉତ୍ତର ଶିମିଳିପାଳ ଉପନିର୍ଦେଶକ ସାଇକିରଣ ଡିଏନ୍‌, ଯଶିପୁର ବିଡ଼ିଓ, ତହସିଲଦାର, ଥାନା ଅଧିକାରିଣୀ ପ୍ରମୁଖଙ୍କ ଉପସ୍ଥିତିରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରାଯାଇ ରାସ୍ତା ଅବରୋଧ ହଟାଯାଇଛି। ଶିମିଳିପାଳ ଭିତରେ ଗୁଡ଼ିଗୁଡ଼ିଆ, କୁମାରୀ, ଜାମୁଆଣି ଓ ବରେଇପାଣିରେ ରାତିରେ ରହିବାର ବ୍ୟବସ୍ଥା କରାଯାଇଛି। ଦିନକରେ ବୁଲି ଫେରୁଥିବା ପର୍ଯ୍ୟଟକଙ୍କ ଲାଗି ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ପଲଥିନକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ଓ ପର୍ଯ୍ୟଟକ ମାନେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି। ଶିମିଳିପାଳରେ ରହିବା ଏବଂ ଯିବା ପାଇଁ ଅନ୍‌ଲାଇନ୍‌ରେ ପର୍ଯ୍ୟଟକମାନେ ଆଗୁଆ ବୁକିଂ କରିପାରିବେ।

Umasankar Adv
Leave A Reply

Your email address will not be published.