ଟ୍ରକକୁ ପିଟିଲା କାର : ୨ମୃତ

ଡେସ୍କ : ରାଜ୍ୟରେ ଏବେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସଡ଼କ ସୁରକ୍ଷା ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି ଏବଂ ଳୋକଙ୍କୁ ସଚେତନ କରୁଛି । କିନ୍ତୁ ଦୁର୍ଘଟଣା ଥମିବାର ନାଁ ଧରୁନି । ଶୁକ୍ରବାର ସକାଳେ କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଦୁର୍ଘଟଣା ସହ ଗୋଟିଏ ଦିନରେ ଚାଲି ଯାଇଛି ଅନେକ ମୂଲ୍ୟବାନ ଜୀବନ। ଏହି କ୍ରମରେ ଭୁବନେଶ୍ବର ଉପକଣ୍ଠ  ପାହାଳ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ କାର ଧକ୍କା  ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.