ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲ: ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୧୭ତମ ଲୋକସଭାର ଚତୁର୍ଦ୍ଦଶ ଅଧିବେଶନ ଭାବେ ଏହି ଅଧିବେଶନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ କେତେକ ପ୍ରମୁଖ ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବିତର୍କ ଜୋର ଧରିବା ସହିତ ଗୃହ ସରଗରମ ରହିବ ବୋଲି କୁହାଯାଉଛି। ବିଶେଷକରି ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ମାମଲାରେ ଅଧିବେଶନର ପ୍ରଥମ ଦିନରେ ସଂସଦୀୟ ସଦାଚାର କମିଟି ରିପୋର୍ଟ ଉପସ୍ଥାପନ କରିବ।

ଏହି ରିପୋର୍ଟରେ ମହୁଆଙ୍କ ନିଲମ୍ବନ ପାଇଁ ସୁପାରିସ କରାଯାଇଥିବା ବେଳେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି ବୋଲି କୁହାଯାଉଛି। ଏହାବ୍ୟତୀତ ମହଙ୍ଗାମାଡ଼, ଚୀନ୍‌ ସହ ସୀମା ସମସ୍ୟା, ମଣିପୁର ହିଂସା ଏବଂ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଅପବ୍ୟବହାରକୁ ପ୍ରସଙ୍ଗ କରି ବିରୋଧୀ ଦଳ ଶାସକ ଗୋଷ୍ଠୀଙ୍କୁ ଘେରି ପାରନ୍ତି ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି।

Umasankar Adv
Leave A Reply

Your email address will not be published.