ତେଲଙ୍ଗାନା ବିଧାନସଭାକୁ ୧୫ ଡାକ୍ତର ନିର୍ବାଚିତ

ହାଇଦରାବାଦ: ଡାକ୍ତରମାନେ ଏବେ ରାଜନୀତିର ମଇଦାନକୁ ଓହ୍ଲାଇବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି। ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳରୁ ଏହା ପ୍ରମାଣିତ ହୋଇଛି। ଶେଷ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ୧୫ଜଣ ଡାକ୍ତର ନିର୍ବାଚିତ ହୋଇଛନ୍ତି। ବିଧାନସଭାକୁ ନିର୍ବାଚିତ ହୋଇଥିବା ଡାକ୍ତରମାନେ ହେଲେ ପଲଭାଇ ହରିଶ ବାବୁ (ବିଜେପି), ତେଲମ ଭେଙ୍କଟ ରାଓ (ବିଆରଏସ୍‌), ଆର ଭୂପତି ରେଡ୍ଡି (କଂଗ୍ରେସ), ରାମଚନ୍ଦ୍ର ନାଏକ (କଂଗ୍ରେସ), ଭାମସି କୃଷ୍ଣ (କଂଗ୍ରେସ), ମୁରଲୀ ନାଏକ (କଂଗ୍ରେସ), କେ ସତ୍ୟନାରାୟଣ (କଂଗ୍ରେସ), ମାଇନମପାଲୀ ରୋହିତ (କଂଗ୍ରେସ), ବିବେକ ଭେଙ୍କଟସ୍ବାମୀ(କଂଗ୍ରେସ), ପରଣିକା ରେଡ୍ଡି (କଂଗ୍ରେସ), ପି ସଞ୍ଜୀବ ରେଡ୍ଡି (କଂଗ୍ରେସ), କାଳବକୁନ୍ତଳା ସଞ୍ଜୟ (ବିଆରଏସ୍‌), ଏମ ସଞ୍ଜୟ କୁମାର (ବିଆରଏସ୍‌), ଏମ ରାଗମୟୀ (କଂଗ୍ରେସ) ଓ କୁଚୁକୁଲ୍ଲା ରାଜେଶ ରେଡ୍ଡି (କଂଗ୍ରେସ)। କଂଗ୍ରେସ ଦଳରୁ ସର୍ବାଧିକ ଡାକ୍ତର ନିର୍ବାଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରୁ କେହି ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.