ସରିଲା ବାଲିଯାତ୍ରା, ୯ ଦିନରେ ୩୦୦ କୋଟି କାରବାର

କଟକ: ଦୀର୍ଘ ୯ଦିନ ଧରି ଚାଲିଥିବା କଟକର ଐତିହାସିକ ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ ମଙ୍ଗଳବାର ଉଦ୍‌‌ଯାପିତ ହୋଇଯାଇଛି। ବାଲିଯାତ୍ରା ସହିତ ୨ମାସ ଧରି କଟକ ସହରରେ ଲାଗି ରହିଥିବା ପାର୍ବଣର ପରିସମାପ୍ତି ଘଟିଛି। ବାଲିଯାତ୍ରାର ଶେଷଦିନରେ ୨ଟି ଯାତ୍ରା ପଡ଼ିଆରେ ଅପରାହ୍ଣରୁ ଗହଳି ଲାଗିଥିଲା। ଶେଷ ଦିନରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ଷ୍ଟଲ ଖୋଲିଥିବା ବ୍ୟବସାୟୀମାନେ ଶେଷ ଦିନରେ ଭଲ ବ୍ୟବସାୟ କରିଛନ୍ତି। ଏଥର ମଧ୍ୟ ଓରମାସ ପକ୍ଷରୁ ଖୋଲାଯାଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ରେକର୍ଡ ବ୍ୟବସାୟ ହୋଇଛି। ମଙ୍ଗଳବାର ଶେଷ ଦିନରେ ପ୍ରାୟ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧି୍‌‌କାରୀ ବିପିନବିହାରୀ ରାଉତ ସୂଚନା ଦେଇଛନ୍ତି। ଦୀର୍ଘ ୯ଦିନ ଧରି ଆୟୋଜିତ ହୋଇଥିବା ମେଳା ଦୁର୍ଘଟଣା ମୁକ୍ତ ହୋଇଥିବାରୁ କମିସନରେଟ ପୁଲିସକୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି। ଚଳିତବର୍ଷ ବାଲିଯାତ୍ରାର ୯ଦିନରେ ୫୦ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

gpkandhamal

ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ମୋଟ ୧୭୫୦ରୁ ଊର୍ଦ୍ଧ୍ବ ଷ୍ଟଲ
ନିର୍ମାଣ କରାଯାଇଥିଲା। ମୋଟ ୫୫ଏକର ଜମିରେ ହେଉଥିବା ଏହି ବାଲିଯାତ୍ରାରୁ ଜିଲା ପ୍ରଶାସନ ୬୦ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରିବାର ଲକ୍ଷ୍ୟ ରଖଥିଲା। ୧୨ଏକର ଜମିରେ ଓରମାସ ପକ୍ଷରୁ ୪୫୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ବାଲିଯାତ୍ରାକୁ ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନେକାଂଶରେ ସଫଳ ହୋଇଥିଲା।

Umasankar Adv
Leave A Reply

Your email address will not be published.