୨୪ ଘଣ୍ଟା କୋହଲା ପାଗ ; ପଟାଙ୍ଗୀରେ ସର୍ବାଧିକ ବର୍ଷା

ଭୁବନେଶ୍ୱର : ଗଭୀର ଅବପାତ ହୋଇ ଛତିଶଗଡ ମୁହାଁ ବାତ୍ୟା ‘ମିଗଜୋମ୍‌‌’। ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହେବ ମିଗ୍‌‌ଜୋମ୍‌‌। ଦୁର୍ବଳ ହେବା ପରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିବ। ଛତିଶଗଡ ମୁହାଁ ଯୋଗୁଁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀରରେ ବର୍ଷା ସମ୍ଭାବନା ରହିଛି। ଏହାସହ ଆହୁରି ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସହ କୋହଲା ପାଗ ରହିବ। ଡିସେମ୍ବର ୭ ଠାରୁ ପାଗରେ ପରିବର୍ତ୍ତନ ହେବା ନେଇ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ପଶି ଯାଇ ଫସଲ ହାନୀ ଯୋଗୁଁ ଚାଷୀ ଚିନ୍ତାରେ ରହିଛନ୍ତି। କୋରାପୁଟ ଜିଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ପଟାଙ୍ଗୀ ବ୍ଲକରେ ୧୦୬ ମିିମି ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.