ବ୍ରିଟେନରେ ବଢୁଛି ଭେଦଭାବ : ଭାରତୀୟ ଡାକ୍ତରଙ୍କ ପାଖରେ ଚିକିତ୍ସାକୁ ନା

ଲଣ୍ଡନ : ମାନବାଧିକାର ଉଲ୍ଲଙ୍ଘନ ମାମଲାରେ ଅନ୍ୟ ରାଷ୍ଟ୍ରକୁ ପରାମର୍ଶ ଦେଉଥିବା ବ୍ରିଟେନରେ ଭେଦଭାବ ଚରମସୀମାରେ ପହଞ୍ଚିଛି। ଏହି ଦେଶରୁ ବର୍ଣ୍ଣବୈଷମ୍ୟ କମ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ରୂପଧାରଣ କରିବାରେ ଲାଗିଛି। ବ୍ରିଟେନରେ କାର୍ଯ୍ୟ କରୁଥିବା ଅଧିକାଂସ ଭାରତୀୟ ଡାକ୍ତର ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବର ଶିକାର ହେଉଛନ୍ତି। ଭାରତୀୟ ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି। ପ୍ରାୟ ୪୦ ପ୍ରତିଶତ ଭାରତୀୟ ଡାକ୍ତର ଏପରି ଭେଦଭାବର ଶିକାର ହେଉଛନ୍ତି। ସହଯୋଗୀଙ୍କ ସହିତ ରୋଗୀ ମଧ୍ୟ ଏମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି।

gpkandhamal

ଏହି ଡାକ୍ତରଙ୍କୁ ମିଥ୍ୟା ଅଭିଯୋଗ ଏବଂ ଶାରୀରିକ ଆକ୍ରମଣର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ଖାଲି ସେତିକି ନୁହେଁ, ଯୋଗ୍ୟତା ଏବଂ କ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଏ ସମ୍ପର୍କରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବରଂ ଧମକ ଦିଆଯାଉଛି। ଚାକିରି ହରାଇବାର ଭୟ ମଧ୍ୟ ରହୁଛି। ଏକ ଅଧ୍ୟୟନରୁ ଏହି ସୂଚନା ମିଳିଛି। ବିଦେଶରେ ପ୍ରଶିକ୍ଷିତ ୨ ହଜାରରୁ ଅଧିକ ଭାରତୀୟ ଡାକ୍ତରଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ସେମାନେ କର୍ମକ୍ଷେତ୍ରରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣା ପଡ଼ିଥିଲା। ଡାକ୍ତରମାନେ ବୀତସ୍ପୃହ ହୋଇ ବ୍ରିଟେନ ନ୍ୟାସନାଲ ହେଲ୍‌ଥ ସିଷ୍ଟମ (ଏନ୍‌ଏଚ୍‌ଏସ୍‌) ଛାଡ଼ିଦେବେ ବୋଲି କହିଛନ୍ତି। ମାତ୍ର ଏନ୍‌ଏଚ୍‌ଏସ୍‌ରେ ଭାରତୀୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।

Umasankar Adv
Leave A Reply

Your email address will not be published.