ଆତ୍ମନିର୍ଭର ହେବେ ଗ୍ରାମାଞ୍ଚଳର ଯୁବକ : ୧୦ ହଜାର ଯୁବକଙ୍କୁ ମିଳିବ ଦକ୍ଷତା ତାଲିମ

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳ ଯୁବକ/ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିବିଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ୧୦ ହଜାର ଯୁବକ ଯୁବତୀଙ୍କୁ ପାନୀୟ ଜଳଯୋଗାଣ ପରିଚାଳନା କ୍ଷେତ୍ରରେ ସେବା ପ୍ରଦାନ ସକାଶେ ତାଲିମ୍‌ ପ୍ରଦାନ କରିବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ଗ୍ରାମାଞ୍ଚଳରେ ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେଉଛି। ଜଳଜୀବନ ମିଶନ୍‌ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆଗାମୀ ଦିନରେ ଏହାର ପରିଚାଳନା ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ତେଣୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଓରମାସ୍‌‌ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ହଜାର ଯୁବକଙ୍କୁ ତାଲିମ ପ୍ରଦାନ କରାଯିବ। ଏହାପରେ ସେମାନଙ୍କୁ ପଞ୍ଚାୟତସ୍ତରରେ ପାନୀୟ ଜଳ ପ୍ରକଳ୍ପ ପରିଚାଳନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Umasankar Adv
gpkandhamal

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ଜିଲ୍ଲାସ୍ତରରେ ଥିବା ଆରଡବ୍ଲ୍ୟୁଏସ୍‌‌ଏସ୍‌ର ସମସ୍ତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ବସୁଧା, ଜଳ ଜୀବନ ମିଶନ୍‌ ଅଧୀନରେ ରାଜ୍ୟର ପ୍ରତିଟି ପରିବାରକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି। ରାଜ୍ୟବାପୀ ସମସ୍ତ ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଆରଡବ୍ଲ୍ୟୁଏସ୍‌‌ଏସ୍‌‌ ପକ୍ଷରୁ ଉପରୋକ୍ତ ପ୍ରକଳ୍ପର ପରିଚାଳନା ଭାର ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟିକୁ ହସ୍ତାନ୍ତର କରାଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପରିବାରକୁ ପାଇପ ଲାଇନ୍‌‌ ସଂଯୋଗ, ସମ୍ପ୍ରସାରଣ, ମରାମତି, ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ତଥା ପମ୍ପ ପରିଚାଳନା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ପଡ଼ିବ। ଅତଏବ୍‌ ଉପରୋକ୍ତ ଆବଶ୍ୟକତା ପୂରଣ ତଥା ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ଉପରୋକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ତେବେ ଚୟନ ପ୍ରକ୍ରିୟା ପାଇଁ ବିଭାଗ ପକ୍ଷରୁ କେତେକ ସର୍ତ୍ତାବଳୀ ରଖାଯାଇଛି। ଯେଉଁ ଗ୍ରାମରେ ଉପଭୋକ୍ତାଙ୍କୁ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇସାରିଛି କିମ୍ବା ନିକଟ ଅତୀତରେ ଯେଉଁ ପଞ୍ଚାୟତରେ ପ୍ରକଳ୍ପ ଶେଷ ହେବାକୁ ଯାଉଛି, ଉପରୋକ୍ତ ପଞ୍ଚାୟତରୁ ୨ ଜଣ ଲେଖାଏଁ ଯୁବକଙ୍କୁ ତାଲିମ ପ୍ରଦାନ କରାଯିବ। ତାଲିମ ପ୍ରଦାନ ୬୭ଦିନ ଯାଏଁ ଚାଲିବାକୁ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ ହେବ।

Leave A Reply

Your email address will not be published.