ଭିଜିଲାନ୍ସ ଜାଲରେ ନୟାଗଡ଼ ସବ-ରେଜିଷ୍ଟର, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଛାପା ମାରିଥିବା ବେଳେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି।

gpkandhamal

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଚଢାଉ କରୁଛି। ସବରେଜିଷ୍ଟର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଦେବତ୍ତ୍ବର କଲୋନୀର ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ପେଣ୍ଠ ସ୍ଥିତ ସମ୍ପର୍କୀୟ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି। ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି ।

Umasankar Adv
Leave A Reply

Your email address will not be published.