କନ୍ଧମାଳ ସଞ୍ଜିତ ହତ୍ୟା ମାମଲାର ପର୍ଦ୍ଦାଫାସ, ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା

କନ୍ଧମାଳ: କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ। କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡ଼କି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ଫୁଲବାଣୀ ସଦର ଥାନା ପୋଲିସ । ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି ।

gpkandhamal

ଫୁଲବାଣୀ ସଦର SDPOଙ୍କ କହିବା ଅନୁଯାୟୀ ଗତ ୧ ତାରିଖରେ ଦଡ଼କି PEOଙ୍କୁ ବାସଭବନରୁ ସଞ୍ଜିତଙ୍କ ମୃତଦେହ ମିଳିଥିଲା । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଯୁବକ ଜଣକ ଅନୈତିକ ସମ୍ପର୍କ ରଖିଥିଲା । ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ଆଉ ଫେରାଉ ନଥିଲା । ଟଙ୍କା ମାଗିଲେ ବଦନାମ କରିବାକୁ ଧମକ ବି ଦେଉଥିଲା ସଞ୍ଜିତ । ତେଣୁ ମହିଳା ଜଣକ ପ୍ରତିଶୋଧପରାୟଣ ହୋଇ ସୁଯୋଗ ଖୋଜୁଥିଲେ ।

Umasankar Adv

ସୂଚନା ଯୋଗ୍ୟ ନଭେମ୍ବର ୩୦ ତାରିଖ ରାତିରେ ସଞ୍ଜିତ ମହିଳାଙ୍କୁ ଫୋନ କରି ନିଜ ବାସଭବନକୁ ଡାକିଥିଲେ । ନିଶାରେ ଚୁର ହୋଇ ଶାରୀରିକ ସମ୍ପର୍କ ରଖିବା ପରେ ଶୋଇ ପଡିଥିଲେ । ଏହାର ସୁଯୋଗ ନେଇ ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.