ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛନ୍ତି। ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଥିଲେ। ହେଲେ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାରରେ ପହଞ୍ଚିଛି। ଗତ ଦୁଇ ବର୍ଷରେ ତାଙ୍କର ସମ୍ପତ୍ତି ୮୭ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସମାନ ଅବଧିରେ ପ୍ରେମଜୀଙ୍କ ସମ୍ପତ୍ତି ୪୨ ପ୍ରତିଶତ ହ୍ରାସ ପାଇଛି।

ୱିପ୍ରୋ ମାଲିକ ଅଜିମ ପ୍ରେମଜୀ ଏକଦା ଭାରତର ଧନୀ ବ୍ୟକ୍ତିଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ବିଗତ ବର୍ଷଗୁଡିକରେ ତାଙ୍କର ନିଟ୍ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ସେୟାର ୪୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଯାହାକି ପ୍ରେମଜୀଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥିଲା ଏବଂ ବର୍ତ୍ତମାନ ସେ ଦେଶର ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି।

Umasankar Adv
gpkandhamal

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ବ୍ୟବସାୟ ଇସ୍ପାତ, ବିଦ୍ୟୁତ, ସିମେଣ୍ଟ ଏବଂ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ବ୍ୟାପିଛି। ଅନ୍ୟପକ୍ଷରେ ୱିପ୍ରୋରେ ଅଜିମ ପ୍ରେମଜୀଙ୍କ ଅଂଶ ୬୨.୫ ପ୍ରତିଶତ, ଯାହାର ମୂଲ୍ୟ ବର୍ତ୍ତମାନ ୧୬.୫ ବିଲିୟନ ଡ଼ଲାର ଅଟେ। ଗତ ଏକ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି। ଗତ ଏକ ବର୍ଷ ମଧ୍ୟରେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି। ଏହି କାରଣରୁ, ଟାଟା ଗ୍ରୁପରେ ୧୮.୪ ପ୍ରତିଶତ ମାଲିକ ଥିବା ଶାପୁର ପାଲୋଞ୍ଜୀ ମିସ୍ତ୍ରୀ ଏବଂ ତାଙ୍କ ପରିବାରର ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମିସ୍ତ୍ରୀ ବର୍ତ୍ତମାନ ଦେଶର ତୃତୀୟ ଧନୀ ବ୍ୟକ୍ତି। ତାଙ୍କ ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦର ଚତୁର୍ଥ ସ୍ଥାନରେ ଅଛନ୍ତି।

ସାବିତ୍ରୀ ଦେବୀ  ୧୯୫୦ ମସିହାରେ ଆସାମର ଟିନ୍ସୁକିଆରେ ଜନ୍ମଗ୍ରହଣ କରିଥିଲେ ।  ସେ ୧୯୭୦ ରେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ହରିୟାଣାର ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ। ଓପି ଜିନ୍ଦଲ ବ୍ୟବସାୟ ଜଗତରେ ଏକ ଜଣାଶୁଣା ନାମ ଏବଂ ତାଙ୍କ କମ୍ପାନୀ ଜିନ୍ଦଲ ଗ୍ରୁପ୍ ହେଉଛି ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ । ଏହା ବ୍ୟତୀତ ଜିନ୍ଦଲ ଗ୍ରୁପ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସକ୍ରିୟ ଅଟନ୍ତି। ସାବିତ୍ରୀ ଦେବୀଙ୍କ ନଅ ସନ୍ତାନ ଅଛନ୍ତି। ସେମାନଙ୍କର ଚାରିପୁତ୍ର ପ୍ରୀତିରାଜ ଜିନ୍ଦଲ, ସାଜନ, ରତନ ଏବଂ ନବୀନ । ସମସ୍ତ ପୁଅ ବ୍ୟବସାୟ ଏବଂ ରାଜନୀତିରେ ସକ୍ରିୟ ଅଛନ୍ତି। ସାବିତ୍ରୀଙ୍କ ବଡ ପୁଅ ପ୍ରୀତିରାଜ ଜିନ୍ଦଲ JINDAL SAW LIMITED କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଦ୍ୱିତୀୟ ପୁଅ ସାଜନ ଜିନ୍ଦଲ ଜେଡବ୍ଲୁଏସ୍ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ତୃତୀୟ ପୁଅ ରତନ କମ୍ପାନୀରେ ନିର୍ଦ୍ଦେଶକ ପଦରେ ଅଛନ୍ତି। ପରିବାରର ସାନପୁଅ ନବୀନ ଜିନ୍ଦଲ ‘ଜିନ୍ଦଲ ଷ୍ଟିଲ’ର ଚେୟାରମ୍ୟାନ୍ ଥିବାବେଳେ। ଏହା ସହିତ ସେ ସାଂସଦ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.