ଆଜିଠୁ ରାଜସ୍ଥାନରେ ଭଜନ୍ ରାଜ୍ : ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ

ନୂଆଦିଲ୍ଲୀ : ରାଜସ୍ଥାନରେ ଭଜନ୍ ରାଜ୍  । ଆଜିଠୁ ଆରମ୍ଭ ହୋଇଛି ଭଜନରାଜ୍ ସରକାର  । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା  । ଜୟପୁରର ରାମ ନିବାସ ବାଗରେ ଶପଥ ସମାରୋହ ଆୟୋଜିତ ହୋଇଛି  ।  ରାଜ୍ୟପାଳ କଲରାଜ୍ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି ।

gpkandhamal

ଏହାସହ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଭଜନଲାଲ ଶର୍ମାଙ୍କ ପାଇଁ ଆଜି ହେଉଛି ଏକ ବିଶେଷ ଦିନ। ଆଜି ହେଉଛି ତାଙ୍କର ଜନ୍ମଦିନ । ଆଉ ଆଜିର ଏହି ଖାସ୍‌ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

Umasankar Adv

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ସାମିଲ ରହିଛନ୍ତି  । ୫୬ ବର୍ଷୀୟ ଭଜନଲାଲ ଶର୍ମା ରାଜସ୍ଥାନ ଭରତପୁରର ନିବାସୀ  । ଭଜନଲାଲ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ ମିଳିଛି।

Leave A Reply

Your email address will not be published.