ରାଜ୍ୟରେ ଶୀତର ପ୍ରକୋପ ଜାରି, ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଥଣ୍ଡା ବଢ଼ିଛି। ତାପମାତ୍ରା ହ୍ରାସ ହେବା କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହେବା ସହ ଏଠାରେ ପାରଦ ୮ ଡିଗ୍ରୀ ରହିଛି। ସେହିପରି କିରେଇରେ ୮.୨, ଜି.ଉଦୟଗିରିରେ ୮. ୬, ରାଉରକେଲାରେ ୮. ୮, ଅନୁଗୁଳ ୯, ରାଣୀତାଲ ୯.୪, ଦାରିଙ୍ଗବାଡ଼ି ୯.୫, ସୁନ୍ଦରଗଡ଼ ୯.୫, କେନ୍ଦୁଝର ୯.୬, କୋରାପୁଟ ୯.୬ ଓ ଝାରସୁଗୁଡ଼ାରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ପୂର୍ବଦିନ ରାଜ୍ୟର ୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।

ଏବେ ଆଉ କିଛି ସହରରେ ତାପମାତ୍ରା ହ୍ରାସ ହେବା ଯୋଗୁଁ ଏହି ସଂଖ୍ୟା ବୃଦ୍ଧି ପାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏହାସହିତ ରାଜ୍ୟରେ ଜାରି ରହିଥିବା ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଶୀତର ପ୍ରକୋପ ଜାରି ରହିବ। ଅନ୍ୟପଟେ ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Umasankar Adv
Leave A Reply

Your email address will not be published.