ଆଜି ଓଡ଼ିଶା ଖଣି ନିଗମର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ-ଓଏମସିର ବିଭିନ୍ନ ପ୍ରକଳ୍ପର ଆଜି ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଏମସିର ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରକଳ୍ପ ମଧ୍ୟରେ ରହିଛି ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ, ୬ଟି ଆରୋଗ୍ୟ ବାହିନୀ ( ଏମ୍ ଏଚ ୟୁ ) ଓ ୭ଟି ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର।

gpkandhamal

ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନମୁନା ପ୍ରକ୍ରିୟାକରଣ କେନ୍ଦ୍ର, ଭୁବନେଶ୍ୱରର ଡ୍ରିଲ୍ କୋର୍ ଲାଇବ୍ରେରୀ, ସାଉଥ୍ କାଳିଆପାଣିର କ୍ରୋମ ଓର୍ ବିଶୋଧନାଗାର, କୋରାପୁଟ ଲକ୍ଷ୍ମୀପୁରର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ । ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏମସି ପ୍ରକଳ୍ପର ଉଦଘାଟନ କରିବେ ।

Umasankar Adv
Leave A Reply

Your email address will not be published.