ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ରବିବାର ଦିନ ଆମେରିକାର ଡିଲେୱାର୍‌ରେ ରାଷ୍ଟ୍ରପତିଙ୍କ ଗାଡ଼ି ସହିତ ଯାଉଥିବା ‘ମୋଟର୍‌କେଡ୍‌’ର ଗୋଟାଏ ଗାଡ଼ି ସହିତ ଅନ୍ୟ ଏକ କାର୍‌ ଧକ୍କା ହୋଇଥିଲା।

gpkandhamal

ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ ମଧ୍ୟ ତାଙ୍କ ସହ ଥିଲେ । ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ କରୁଛି ।

Umasankar Adv

ଡେଲାବିୟରର ବିଲମିଙ୍ଗଟନରୁ ବାଇଡେନ ଏକ କାର୍ୟ୍ୟକ୍ରମ ସାରି ଫେରୁଥିଲେ । ଏହି ସମୟରେ ହାଲ୍କା ରଙ୍ଗର ଏକ ଫୋର୍ଡ କାର ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । କୁହାଯାଉଛି, କାର ଚାଳକ ଆଗକୁ ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇଡେନଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ବନ୍ଧୁକ ମୁନ ଦେଖାଇ ଘେରି ଯାଇଥିଲେ । ଏହା ପରେ ବାଇଡେନ ଦମ୍ପତି ତାଙ୍କ ଘରକୁ ସୁରକ୍ଷିତ ଘରକୁ ଫେରି ଆସିଛନ୍ତି । ଦୁର୍ଘଟଣା ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଆକ୍ସନ ମୋଡକୁ ଆସି ଯାଇଥିଲେ । ଧକ୍କା ଦେଇଥିବା କାରର ଡ୍ରାଇଭରକୁ ନିଜ କବଜାରେ ରଖିଛି ସିକ୍ରେଟ ସର୍ଭିସ ଏଜେନ୍ସି କବଜାକୁ ନେଇ ଜେରା କରୁଛି । ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ସୂଚନା ଦିଆ ଯାଇନାହିଁ।

Leave A Reply

Your email address will not be published.