ରାଉରକେଲାରେ ଝାଡ଼ାବାନ୍ତି ନେଲା ଆଉ ଏକ ଜୀବନ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାଉରକେଲା/ଭୁବନେଶ୍ବର : ରାଉରକେଲା ସହରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି, ସେକ୍ଟର ୨୧ର ସରୋଜିନୀ ଖଣ୍ଡାଇତ। ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ବହୁ ଆକ୍ରାନ୍ତ ମାନେ ଭର୍ତ୍ତି ହୋଇଛନ୍ତି ।

ସେପଟେ ରାଉରକେଲାରେ ଝାଡାବାନ୍ତି ସଂକ୍ରମଣ ଘଟଣା ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ପାଣିରୁ ଏହି ସଂକ୍ରମଣ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୫୯୫ ଜଣ ସଂକ୍ରମିତ ହୋଇଥିବାବେଳେ ୩୪୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ୧୪୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୧୬୨ ଜଣ ଚିକିତ୍ସା ହେଉଛନ୍ତି। ସେଥିରୁ ୨୦ ଜଣ ଗୁରୁତର ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Umasankar Adv
gpkandhamal

୧୪ ଟି ୱାର୍ଡ ରୁ ଲୋକେ ସଂକ୍ରମିତ ହୋଇଛନ୍ତି।। ସେଥିପାଇଁ ୬ ଟି ରାପିଡ ରେସପନ୍ସ ଟିମ୍ ମୋବାଇଲ ଟିମ୍ ସହ ରହିଛନ୍ତି। ସୁନ୍ଦରଗଡ ମେଡ଼ିକାଲ କଲେଜ୍ ରୁ ୪ ଜଣିଆ ଡାକ୍ତରୀ ଟିମ୍ ସହ ୨ ଜଣ ଲାବୋଟାରି ଟେକ୍ନିସିଆନ, ସିଡିଏମଓ ଙ୍କ ତରଫରୁ ୪ ଜଣ ଜୁନିଅର ଡାକ୍ତର, ୧୨ ଷ୍ଟାଫ୍ ଜଣ ନର୍ସ, ଜଣେ ମାଇକ୍ରୋବାୟୋଲୋଜିଷ୍ଟ ନିୟୋଜିତ ଅଛନ୍ତି। ଜିଲ୍ଲାପାଳ ମଧ୍ୟ ଘଟଣାର ତଦାରଖ କରୁଛନ୍ତି। ଯାହା ଜଣା ଯାଉଛି ଜଳ ଜନିତ ରୋଗ । ତଥାପି ଜଳ କଳଚର୍ କରିବାକୁ ପଠାଯାଇଛି। ୧୨ ଟି ସାମ୍ପୂଲ୍ କଳଚର କରାଯାଇଛି ସେ ତଥ୍ୟ ଆସିବାକୁ ସମୟ ଲଗିବ୍। ୱାଟକୋକୁ ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦିଓ ହସ୍ପିଟାଲ ଆସିବା ରୋଗୀଙ୍କ ସଂଖ୍ୟା କମ୍ ହୋଇଚି। କିନ୍ତୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ସ୍ଥିତି ନିୟନ୍ତ୍ରଣ ପାଇଁ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ  ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି, ସିଡିଏମ୍‌‌ଓ ସମେତ ସୁନ୍ଦରଗଡ଼ରୁ ଆସିଥିବା ୫ଜଣିଆ ଡାକ୍ତରୀ ଦଳ ଆର୍‌‌ଜିଏଚ୍‌‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏମାନେ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଡାକ୍ତରଖାନା ନିର୍ଦ୍ଦେଶକ ସମେତ ଡାକ୍ତରମାନଙ୍କ ସହ ରୋଗ ବ୍ୟାପିବାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଝାଡ଼ାବାନ୍ତି ରୋଗକୁ ନେଇ ରାଉରକେଲା ମହାନଗର ନିଗମ (ଆର୍‌‌ଏମ୍‌‌ସି)ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଫାଷ୍ଟ ଫୁଡ୍‌‌, ଜଳଖିଆ, ହୋଟେଲ୍‌‌ ଆଦିରେ ଯାଞ୍ଚ କରାଯାଇଛି। ଏହାସହ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହେଉଥିବା ପାଣିର ନମୁନା ମଧ୍ୟ ସଂଗ୍ରହ କରାଯାଇଛି।

Leave A Reply

Your email address will not be published.