ରାଉରକେଲାରୁ କଲକାତାକୁ ଆରମ୍ଭ ହେବ ବିମାନସେବା, ପ୍ରାରମ୍ଭିକ ବିମାନ ଦେୟ ରହିଛି ୧୯୯୯ ଟଙ୍କା

ଭୁବନେଶ୍ବର: ରାଉରକେଲାବାସୀଙ୍କ ପାଇଁ ଖୁସି ଖବର। ରାଉରକେଲାରୁ କଲକତାକୁ ଆରମ୍ଭ ହେବ ବିମାନ ସେବା। ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ କରାଯିବ ବିମାନସେବା। ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କଲକତାରେ ପହଞ୍ଚି ହେବ। ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ କରିବ। ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାରରେ ରାଉରକେଲାରୁ କଲକାତାକୁ ବିମାନ ଚଳାଚଳ କରିବ। ପ୍ରାରମ୍ଭିକ ବିମାନ ଦେୟ ରହିଛି ୧୯୯୯ ଟଙ୍କା ରହିଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.