ଭାରତ ପ୍ରତ୍ୟେକ ଦିଗରେ ସଫଳତା ହାସଲ କରିବାକୁ ଚେଷ୍ଟା କରୁଛି – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୀର ବାଲ ଦିବସ ଉତ୍ସବ ସହ ଦେଶର ସ୍ୱାଧୀନତାର ସୁବର୍ଣ୍ଣ ସମୟ ମଧ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ବୀର ବାଲ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯେଉଁ ସମୟରେ ବିଶ୍ୱ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି ଯେ ଅର୍ଥନୀତି, ବିଜ୍ଞାନ, ଅନୁସନ୍ଧାନ, କ୍ରୀଡା କିମ୍ବା ନୀତି ହେଉ – ଭାରତ ପ୍ରତ୍ୟେକ ଦିଗରେ ସଫଳତା ହାସଲ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ଏହା ହେଉଛି ଭାରତର ସମୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଗତ ବର୍ଷ ଡିସେମ୍ବର ୨୬ରେ ବୀର ବାଲ ଦିବସ ପାଳନ କରାଯାଇଥିଲା।

gpkandhamal

ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦା ବାବା ଜୋରୱାର ସିଂ ଜୀ ଏବଂ ବାବା ଫତେହ ସିଂ ଜୀଙ୍କ ବଳିଦାନକୁ ସ୍ମରଣ ପୂର୍ବକ ବୀର ବାଲ ଦିବସ ପାଳନ କରାଯାଏ। ଗତ ବର୍ଷ ଜାନୁଆରୀରେ ଗୁରୁ ଗୋବିନ୍ଦା ସିଂ ଜୀଙ୍କର ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨୬ ଡିସେମ୍ବରରେ ବୀର ବାଲ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।

Umasankar Adv

ଏହି ଅବସରରେ ସରକାର ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଯେଉଁଥିରେ ନାଗରିକ, ବିଶେଷକରି ଯୁବକ ଏବଂ ଶିଶୁମାନଙ୍କୁ ସାହିବଜାଦାଙ୍କ ଅଦମ୍ୟ ସାହସର କାହାଣୀ ବିଷୟରେ ଅବଗତ କରାଯାଉଛି। ଏହି ଅବସରରେ ସାରା ଦେଶରେ ସ୍କୁଲ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ସାହିବଜାଦାଙ୍କ ଜୀବନ ଏବଂ ବଳିଦାନ ବିଷୟରେ ଡିଜିଟାଲ ପ୍ରଦର୍ଶନୀ କରାଯାଇଛି।

Leave A Reply

Your email address will not be published.