ମୁସଲିମ୍‌ ଲିଗ୍‌ ଜମ୍ମୁ କାଶ୍ମୀର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମୁସଲିମ୍‌ ଲିଗ୍‌ ଜମ୍ମୁ କାଶ୍ମୀର ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ମୁସଲିମ୍‌ ଲିଗ୍‌ ଜମ୍ମୁ କାଶ୍ମୀର(ମସରତ ଆଲମ ଗୋଷ୍ଠୀ) ଉପରେ ବେଆଇନ କାର୍ଯ୍ୟକଳାପ ନିବାରଣ ଅଧିନିୟମ(ୟୁଏପିଏ) ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଶାହ।

gpkandhamal

ସେ ଲେଖିଛନ୍ତି ଯେ, ଏହି ସଂଗଠନ ବିରୋଧରେ ଲୋକଙ୍କୁ ପ୍ରବର୍ତ୍ତାଇବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ରହିଛି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ପଷ୍ଟ ବାର୍ତ୍ତା ରହିଛି ଯେ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଦାପି ଛଡ଼ାଯିବ ନାହିଁ। ଏପରି ଲୋକ ଏବଂ ସଙ୍ଗଠନମାନଙ୍କୁ କଠୋର ଆଇନର ସମ୍ମୁଖୀନ ହେବାକୁ ପଡ଼ିବ।

Umasankar Adv
Leave A Reply

Your email address will not be published.