ମହିଳାଙ୍କୁ ଗଣ ଦୁଷ୍କର୍ମ, ୩ ଅଭିଯୁକ୍ତ ଅଟକ

ପାରାଦୀପ: ଲକ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ସମ୍ପର୍କୀୟ ଏବଂ ତାଙ୍କର ୨ ବନ୍ଧୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି। ପାରିବାରିକ ବିବାଦରୁ ଗୁରୁବାର ମହିଳା ଜଣକ ଘର ଛାଡ଼ି ଚାଲିଯାଇଥିଲେ। ଖୋଜାଖୋଜି କରି ସମ୍ପର୍କୀୟ ଓ ତାଙ୍କ ୨ ବନ୍ଧୁ ମହିଳାଙ୍କୁ ଠାବ କରିଥିଲେ। ଠାବ କରି ଘରେ ଛାଡ଼ି ଦେବାକୁ କହି ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୁକ୍ତ ୩ଜଣଙ୍କୁ ଅଟକ ରଖି ପାରାଦୀପ ଲକ ଥାନା ପୁଲିସର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.