ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ଜାତିର ଅସ୍ମିତାର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏହାର ୯୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ପାଳନ କରିଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ମୁ୍ୟଜିୟମ୍‌ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ନୁହେଁ, ବରଂ ଆମ ଅସ୍ମିତାର ପରିଚୟ । ଏହା ହେଉଛି ଗୋଟିଏ ସଭ୍ୟତା, ଜାତି ଓ ସଂସ୍କୃତିର ଦର୍ପଣ । ଆମ ଅତୀତ ସହ ଏହା ଆମକୁ ଯୋଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇତିହାସ ଓ ପରମ୍ପରାର କଥା କହୁଥିବା ଏହି ସଂଗ୍ରହାଳୟ ଗବେଷଣା ନିମନ୍ତେ ଜ୍ଞାନର ଭଣ୍ଡାର । କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ଏହି ମୁ୍ୟଜିୟମ୍‌ ବର୍ତ୍ତମାନ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି । ଏହି ଆଇକନିକ୍‌ ସ୍ଥାନଟି ପିଲାମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସଂଗ୍ରହାଳୟ ସହ ପରିଚିତ ହେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସେମାନେ ଆମ ଗୌରବମୟ ଅତୀତ ସଂପର୍କରେ ଅନେକ କିଛି ଜାଣିପାରିବେ ବୋଲି ସେ କହିଥିଲେ ।

gpkandhamal

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା, ସ୍ୱତନ୍ତ୍ର ଉପକ୍ରମ ଶ୍ରୀ ଆର୍‌. ବାଲାକ୍ରିଷ୍ଣନ୍‌ କହିଲେ ଯେ ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ସମସ୍ତ ଐତିହ୍ୟପୂର୍ଣ୍ଣ ଉପାଦାନକୁ ସ୍ଥାନ ଦେଇଛି । ଏହା ଦେଶର ପ୍ରମୁଖ ସଂଗ୍ରହାଳୟ ଭାବେ ପରିଚିତ । କଳାଭୂମି, ରାଜ୍ୟ ସଂଗ୍ରହାଳୟ ଓ ଆଦିବାସୀ ସଂଗ୍ରହାଳୟ ରାଜ୍ୟର ସ୍ୱତନ୍ତ୍ର ଗାଥା ବହନ କରୁଛି । କ୍ରୀଡ଼ା, ସଂସ୍କୃତି ଓ ଐତିହ୍ୟ ଭଳି ସୂକ୍ଷ୍ମ ଶକ୍ତିର ବିକାଶ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

Umasankar Adv
Leave A Reply

Your email address will not be published.