ଟିକାବାଲି ଓ ଜି ଉଦୟଗିରିରେ ବିଜେଡ଼ିର ନିର୍ବାଚନ ପ୍ରଚାର

କନ୍ଧମାଳ: – କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଵାହାରି ଆଜି ଟିକାବାଲିରେ ନିର୍ବାଚନ ପ୍ରଚାର କରିଥିଲେ। ଅଚ୍ୟୁତ ସାମନ୍ତ ଓ ସାଲୁଗା ପ୍ରଧାନ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଗଶାଗୁଡାଠାରୁ ବାହାରି ଟିକାବାଲି, ତେନ୍ତୁଳିଗଡ, ଵସ୍ତିଙ୍ଗିଆ, କଟିମାହା, ଗୁଟିଙ୍ଗିଆ, ପାବୁରିଆ ଦେଇ ଗଦଗୁଡାଠାରେ ପହଞ୍ଚିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଏଥିରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ସାମନ୍ତ ଓ ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଧାନ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ଆର୍ଶୀବାଦ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କନ୍ଧମାଳକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବା ପାଇଁ ଵିଜେଡିର ଉଭୟ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଓ ଜି.ଉଦୟଗିରି ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଲୋକଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।ସେହିପରି ଅପରାହ୍ନରେ ଜି.ଉଦୟଗିରିରେ ଵିଜେଡି ପକ୍ଷରୁ ଏକ ବିଶାଳ ଵାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଏହି ବାଇକ୍ ଶୋଭାଯାତ୍ରାରେ ରୁଦାଙ୍ଗିଆରୁ ଵାହାରି ଗ୍ରେସିଙ୍ଗିଆ, ରଟିଙ୍ଗିଆ, ରାଇକୋଲା, ଲିଙ୍ଗାଗଡ଼ ଆଦି ପଞ୍ଚାୟତର ସମସ୍ତ ଗ୍ରାମ ସମେତ ଜି.ଉଦୟଗିରି ସହର ପରିକ୍ରମା କରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.