ନାମାଙ୍କନ ଭରିଲେ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ : କନ୍ଧମାଳରୁ ନାମାଙ୍କନ ଦାଖଲ କଲେ BJD ଲୋକସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ । ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ଫୁଲବାଣୀ ଦମନ ମନ୍ଦିରରେ ପୂଜାର୍ଚ୍ଚନା ପରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପାଇଁ ବାହାରିଥିଲେ ଡ.ଅଚ୍ୟୁତ ସାମନ୍ତ । ମାଦିକୁନ୍ଦା ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ତଥା ରିଟଣ୍ଡି ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡକ୍ଟର ଅଚ୍ୟୁତ
ସାମନ୍ତ ।
କ୍ରମାଗତ ଦ୍ୱିତୀୟ ଥର ପାଇଁ ଡକ୍ଟର ସାମନ୍ତ କନ୍ଧମାଳ ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ନାମାଙ୍କନ ଦାଖଲ ପରେ ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ କନ୍ଧମାଳରେ ବହୁ ଉନ୍ନତି ହୋଇଛି । ଆଗକୁ ମଧ୍ୟ ବିକାଶର ଧାରା ଜାରି ରହିବ ।

Leave A Reply

Your email address will not be published.